ୱାର୍ଲଡ ହ୍ୟାପିନେସ୍ ରିପୋର୍ଟରେ ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ଖୁସିରେ ରହୁଥିବା ଦେଶ, ଲଗାତାର ୫ମ ଥର ଜିତିଲା ଟାଇଟଲ

Published By : Prameya-News7 Bureau | March 18, 2022 IST

ନ୍ୟୁୟର୍କ ୧୮।୩: ବିଶ୍ୱର ଫିନଲ୍ୟାଣ୍ଡ ଏକ ମାତ୍ର ଦେଶ ଯିଏ ଏବେ ବେଶ୍ ହସଖୁସ୍  ରହୁଛି। ମିଳିତ ଜାତିସଂଘ ଶୁକ୍ରବାର ଜାରି କରିଥିବା ୱାର୍ଲଡ ହ୍ୟାପିନେସ୍‌ ରିପୋର୍ଟରୁ ଏହି ସୂଚନା ମିଳିଛି। ଫିନଲ୍ୟାଣ୍ଡକୁ ଲଗାତାର ପଞ୍ଚମବାର ଏହି ସମ୍ମାନ ମିଳିଛି। ଏହି ରିପୋର୍ଟ ଅନୁସାରେ ଏବେ ଆଫଗାନିସ୍ତାନ ବିଶ୍ୱର ସବୁଠୁ ଦୁଃଖି ଦେଶ ବୋଲି କୁହାଯାଇଛି। ଆଫଗାନିସ୍ତାନ ସହିତ ଲେବାନନ ମଧ୍ୟ ଅସନ୍ତୁଷ୍ଟ ରାଷ୍ଟ୍ରଙ୍କ ସୂଚୀରେ ରହିଛି।

{"id":601808,"width":840,"height":646,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ସର୍ବିୟା, ବୁଲଗାରିୟା ଓ ରୋମାନିଆ ଆଦି ଦେଶଙ୍କ ୱେଲବିଙ୍ଗରେ ଅଭିବୃଦ୍ଧି ହୋଇଛି। ତେବେ ହାପିନେସ୍ ଟେବୁଲରେ ଲେବାନନ, ଭେନଜୁଏଲା ଓ ଆଫଗାନିସ୍ତାନ ତଳମୁହାଁ ହୋଇଛନ୍ତି। ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଲେବାନନ ଜିମ୍ବାୱେର ଠିକ ପଛକୁ ୧୪୬ ଦେଶଙ୍କ ସୂଚକାଙ୍କରେ ଦ୍ୱିତୀୟ ସ୍ଥାନରେ ରହିଛି। ଗତବର୍ଷ ଅଗଷ୍ଟରେ ତାଲିବାନ ପୁଣି ଆଫଗାନିସ୍ତାନ କ୍ଷମତା ହାତେଇବା ଦେଶରେ ଗୁରୁତର ମାନବୀୟ ସଂକଟର କାରଣ ପାଲଟିଛି।

{"id":601809,"sizeSlug":"full","linkDestination":"none"}

ୟୁନିସେଫଙ୍କ ଏକ ଅନୁମାନ ଅନୁସାରେ ଯଦି ଆଫଗାନିସ୍ତାନକୁ ଠିକ ସମୟରେ ସହାୟତା ନ ପହଞ୍ଚିପାରିଲା ତେବେ ଜାରି ଶୀତ ଋତୁରେ ୫ ବର୍ଷରୁ କମ ବୟସ୍କ ୧୦ ଲକ୍ଷ ଶିଶୁ ମୃତ୍ୟୁ ମୁଖରେ ପଡିବେ ବୋଲି ଆଶଙ୍କା କରିଥିଲେ। ୱାର୍ଲଡ ହାପିନେସ୍ ରିପର୍ଟ ଲେଖଙ୍କ ମଧ୍ୟରେ ଅନ୍ୟତମ ଜାନ ଇମାନୁଏଲ ଡି ନେଭେ ଏହି ସୂଚକାଙ୍କ ଏପରି ଅନେକ ଅଭୌତିକ କ୍ଷତିର ଏକ ସ୍ପଷ୍ଟ ଆକଳନ ପ୍ରସ୍ତୁତ କରନ୍ତି ଯାହା ଯୁଦ୍ଧ ଯୋଗୁ ପ୍ରାୟତଃ ଉପୁଜିଥାଏ ବୋଲି କହିଛନ୍ତି।

{"id":601810,"width":838,"height":472,"sizeSlug":"full","linkDestination":"none"}

ଏହି ରିପୋର୍ଟ ଏବେ ତାର ୧୦ମ ସଂସ୍କରଣ ଉପସ୍ଥାପିତ କରିଛି। ତେବେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ରିପୋର୍ଟ ପ୍ରସ୍ତୁତ ହୋଇସାରିଥିବାରୁ ଏଥିରେ ଯୁଦ୍ଧଗ୍ରସ୍ତ ଦେଶର ଯନ୍ତ୍ରଣା ଉପସ୍ଥାପିତ ହୋଇପାରିନାହିଁ। ୩ ବର୍ଷର ହାରାହାରି ଡାଟା ଅଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏଥିରେ ୧୦ଟି ବିନ୍ଦୁରେ ହ୍ୟାପିନେସର ଆକଳନ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.