ରାସ୍ତାର ଏଣେ ତେଣେ ପାର୍କିଂ କଲେ ଲାଗିବ ଫାଇନ

Published By : Prameya-News7 Bureau | February 25, 2020 IST

ଭୁବନେଶ୍ୱର ୨୫।୦୨ - ସାବଧାନ ଗାଡି ଚାଳକ । ବେଆଇନ୍ ଭାବେ ବାଇକ୍ କିମ୍ବା କାର୍ ପାର୍କିଂ କଲେ ଉଠାଇ ନେବ କ୍ରେନ୍ । ଆଉ ୧୭୭ ଏମ୍ ଭି ଆକ୍ଟ ଅନୁଯାୟୀ ଲାଗିବ ଫାଇନ୍ । ଏନେଇ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ । ମଙ୍ଗଳବାର ଅପରାହ୍ନ ସୁଦ୍ଧା ୧୦ଟି ଗାଡିରୁ ଆଦାୟ ହୋଇଛି ଫାଇନ୍ । ସେପଟେ ବିଏମସି ବଢାଇବ ପାର୍କିଂ ଫି । ଆଉ ଫିକ୍ସ ରେଟ୍ ନୁହେଁ ଏଣିକି ଘଣ୍ଟା ପ୍ରତି ଆଦାୟ ହେବ ଫାଇନ୍ । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି । …

{"id":229246,"sizeSlug":"large"}

ସାବଧାନ ଗାଡି ଚାଳକ!
ବେଆଇନ୍ ପାର୍କିଂ କଲେ ଏଣିକି ଗଣିବେ ଫାଇନ୍
ଆଡଭାଇଜରି ଜାରି କଲା କମିଶନରେଟ ପୋଲିସ
ମଙ୍ଗଳବାର ୧୦ ଗାଡି ଚାଳକଙ୍କଠୁ ଆଦାୟ ହେଲା ଫାଇନ୍
ପାର୍କିଂ ଫି ବଢାଇବାକୁ ବିଏମସିର ବୈଠକ

{"id":229248,"sizeSlug":"large"}

ଗାଡି ଚାଳକ ସାବଧାନ । ରାସ୍ତାରେ ଏଣେ ତେଣେ ପାର୍କିଂ କଲେ ଲାଗିବ ଫାଇନ୍ । ଏନେଇ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ । ରାଜଭବନରୁ କଳାରାହଙ୍ଗ, ଏୟାରପୋର୍ଟରୁ ନାଲକୋ ଛକ, ଶିଶୁଭବନରୁ ବାଣିବିହାର ଛକ, ରସୁଲଗଡରୁ ଜୟଦେବ ବିହା, ଶ୍ରୀୟା ଛକରୁ ପିଏଚଡି ଅଫିସ ଏବଂ ବାପୁଜି ନଗର ଅଞ୍ଚଳରେ ଏଣେତେଣେ ଗାଡି ରଖିଲେ ଉଠାଇ ନେବ କ୍ରେନ୍ । ଆଉ ୧୭୭ ଏମ୍ ଭି ଆକ୍ଟ ଅନୁଯାୟୀ ଲାଗିବ ଫାଇନ୍ । ଗାଡି ପାଖରେ ଯଦି ଗାଡି ଚାଳକ ଥିବେ ତେବେ ବାଇକ୍ ଏବଂ କାର୍ ପାଇଁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ । ଆଉ ଯଦି ଗାଡିକୁ କ୍ରେନ୍ ରାସ୍ତାରୁ ଉଠାଇ ନେଇଛି ତେବେ ବାଇକ୍ ପାଇଁ ୮ ଶହ ଏବଂ କାର୍ ପାଇଁ ୧୨ଶହ ଟଙ୍କା ଗଣିବାକୁ ପଡିବ । ମଙ୍ଗଳବାର ପ୍ରଥମ ଦିନରେ ୧୦ଟି ଗାଡିରୁ ଫାଇନ୍ ଆଦାୟ ହୋଇଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି ।

{"id":229249,"sizeSlug":"large"}

ସେପଟେ ପାର୍କିଂ ଫି ବଢାଇବ ବିଏମସି । ଦୁଇ ଚକିଆ ଯାନ ପାଇଁ ୫ ଟଙ୍କା ଏବଂ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଧରେଇ ଦେଇ ଲୋକେ ମନଇଛା ଘଣ୍ଟା ଘଣ୍ଟା ଧରି ବୁଲାବୁଲି ସପିଙ୍ଗ କରୁଥିଲେ । କିନ୍ତୁ ଏବେ ଆଉ ସେ ସୁବିଧା ମିଳିବନି ।

{"id":229250,"sizeSlug":"large"}

ଏଣିକି ଗାଡି ରଖିଲେ ଘଣ୍ଟା ପ୍ରତି ଗଣିବାକୁ ପଡିବ ପାର୍କିଂ ଫି । ତେବେ ପାର୍କିଂ ଫି କମ୍ ରହୁଥିବା ବେଳେ ଟେଣ୍ଡର ଦାମ ଅଧିକ ରହିବା ଯୋଗୁଁ ଟେଣ୍ଡର ନେବା ଲାଗି କେହି ଆଗ୍ରହି ହେଉନଥିଲେ । ଫଳରେ ଅନକେ ପାର୍କିଂ ସ୍ଥାନକୁ ବିଏମସି ଟେଣ୍ଡର ଦେଇପାରୁନଥିଲା । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ ପାର୍କିଂ ଫି ବଢାଇବାକୁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି ।

{"id":229252,"sizeSlug":"large"}

ଟ୍ରାଫିକ୍ ସମସ୍ୟା ସୁଧାର ପାଇଁ କମିଶନରେଟ୍ ପୋଲିସ ଓ ବିଏମସିର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.