ରାଜଧାନୀର ଏହି ସ୍ଥାନରେ ବେଆଇନ ପାର୍କିଂ କଲେ ଗଣିବେ ଦଣ୍ଡ…
25/02/2020 at 6:11 PM

ଭୁବନେଶ୍ବର୨୫/୨: ବେଆଇନ ପାର୍କିଂ ବିରୋଧରେ ଅର୍ବାନ ପୋଲିସ୍ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ଏବଂ ଭୁବନେଶ୍ବର-କଟକ ପୋଲିସ୍ କମିସନ୍ରେଟ୍ ଟ୍ରାଫିକ୍ ରୁଲ ଆଧାରରେ କଡ଼ାକଡ଼ି କରାଯାଇଛି। ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ରାଜଭବନ ଛକରୁ କଳାରାହଙ୍ଗ ଛକ, ଏୟାରପୋର୍ଟରୁ ନାଲକୋ ଛକ, ଶିଶୁଭବନ ଛକରୁ ବାଣୀବିହାର, ରସୁଲଗଡ଼ ଛକରୁ ଜୟଦେବ ବିହାର, ଶ୍ରୀୟା ଛକରୁ ପି.ଏଚ.ଡି କାର୍ଯ୍ୟାଳୟ ଓ ବାପୁଜୀନଗର ଆଦି ସ୍ଥାନମାନଙ୍କରେ ବେଆଇନ ପାର୍କିଂ ବିରୋଧରେ କଡ଼ା ନିୟମ ଲାଗୁ ହୋଇଛି।
କମିସନରେଟ୍ ପୋଲିସ୍ ବିଜ୍ଞପ୍ତି ଜାରି କରିଛି । ଭୁବନେଶ୍ବରର ଜନଗହଳି ପୂର୍ଣ୍ଣ ରାସ୍ତାମାନଙ୍କରେ ବେଆଇନ ଗାଡ଼ି ପାର୍କିଂ କୁ ରୋକିବାକୁ ନିୟମ କଡ଼ାକଡ଼ି କରାଯାଇଛି। ମୋଟରଯାନ ଆଇନ ୨୦୧୯ ଧାରା ୧୮୮ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ ଓ କ୍ରେନ୍ ବ୍ୟବହାର ହେଲେ ସେଥିପାଇଁ ଖର୍ଚ୍ଚ ମୋଟରଯାନ ଆଇନର ଧାରା ୧୨୭ ଅନୁସାରେ ମଧ୍ୟ ଜରିମାନା ଆଦାୟ କରାଯିବ।