୪୬ଟି ପେଟ୍ରୋଲ ପମ୍ପ୍‌ରେ ଚଢାଉ, ୨୧ଟାଙ୍କି ମାଲିକ ଗଣିଲେ ୨ଲକ୍ଷ ୧୮ହଜାର ଟଙ୍କା ଫାଇନ୍

Published By : Prameya-News7 Bureau | February 13, 2020 IST

ଭୁବନେଶ୍ବର ୧୩।୨: ରାଜ୍ୟର ପ୍ରାୟ ୯ଟି ସହରରେ ଥିବା ୪୬ଟି ପେଟ୍ରୋଲ ପମ୍ପରେ ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଛି । କମ୍‌ ମାପରେ ତୈଳ ଦେଉଥିବା ୧୦ଟି ପମ୍ପ ଓ ବୈଷୟିକ ତ୍ରୁଟି ପାଇଁ ୧୧ଟି ପମ୍ପ ଧରାପଡିଛି । ମୋଟ୍ ୨ ଲକ୍ଷ ୧୮ ହଜାର ଟଙ୍କା ଜରିମନା ଆଦାୟ ହୋଇଛି ।

ସୂଚନାଯୋଗ୍ୟ ଯେ, ଜୟପୁର, ରାୟଗଡ଼ା, ନବରଙ୍ଗପୁର, ଭବାନୀପାଟଣା, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଫୁଲବାଣୀରେ ଥିବା ପେଟ୍ରୋଲ ପମ୍ପରେ ଚଢ଼ଉ ହୋଇଥିଲା । ଜୟପୁରର ୪ଟି ପମ୍ପରୁ କମ୍‌ ମାପ ପାଇଁ ୪୦ ହଜାର, ରାୟଗଡ଼ାର ୨ଟି ପମ୍ପରୁ ୩୦ ହଜାର ଓ ନୂଆପଡ଼ାର ଗୋଟିଏ ପମ୍ପରୁ ୨୦ ହଜାର ଟଙ୍କା ଆଦାୟ ହୋଇଛି ।

ପ୍ୟାକେଟ ସାମଗ୍ରୀ ନିୟମ ଉଲଂଘନ ପାଇଁ ନବରଙ୍ଗପୁରର ଗୋଟିଏ ପମ୍ପ, ସତ୍ୟାପିତ ପ୍ରମାଣପତ୍ର ଟାଙ୍ଗି ନଥିବାରୁ ଭବାନୀପାଟଣାର ଏକ ପମ୍ପ କର୍ମକର୍ତ୍ତା ଏ ବାବଦକୁ ଫାଇନ୍‌ ଗଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.