ସମୟ ବାହାରେ ବାଣ ଫୁଟାଉଥିବା ୧୨୧ଜଣଙ୍କଠାରୁ ଲକ୍ଷେ ୧୫ହଜାର ଟଙ୍କା ଜରିମନା ଆଦାୟ

Published By : Prameya-News7 Bureau | November 08, 2018 IST

ଭୁବନେଶ୍ବର ୮|୧୧:  ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟ ଚଳିତବର୍ଷ କଟକଣା ଜାରି କରିଥିଲେ । ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ତେବେ ଅନେକ ସ୍ଥାନରେ ଏହି ନିର୍ଦ୍ଦେଶର ଉଲ୍ଳଂଘନ ହୋଇଥିବା ଜଣାପଡିଛି । ଗତକାଲି ରାଜଧାନୀ ଭୁବନେଶ୍ବରର କିଛି ଅଞ୍ଚଳରେ ସନ୍ଧ୍ୟା ୬ଟା ବେଳୁ ହିଁ ବାଣ ଫୁଟିବା ଆରମ୍ଭ ହୋଇଯାଇଥିଲା । ଏପରିକି ରାତି ୧୦ଟା ପରେ ମଧ୍ୟ ବାଣ ଶବ୍ଦ ଶୁଣିବାକୁ ମିଳୁଥିଲା । କେବଳ ସେତିକି ନୁହେଁ ସବୁ ଜ ବାଣ କଥା ମଧ୍ୟ ସମସ୍ତେ ଭୁଲିଯାଇଥିଲେ । ତେବେ କମିଶନରେଟ୍ ପୋଲିସ ମଧ୍ୟ କିଛି ଅଞ୍ଚଳରେ ଏଭଳି ବାଣ ଫୁଟାଉଥିବା ଲୋକଙ୍କଠାରୁ ଜରିମନା ଆଦାୟ କରିଛି । ସୂଚନା ଅନୁସାରେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ପରେ ବାଣ ଫୁଟାଉଥିବା ୧୨୧ଜଣଙ୍କଠାରୁ ଲକ୍ଷେ ୧୫ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି । ଓପିୟୁ ଆକ୍ଟ ବଳରେ ଏମାନଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.