ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26/03/2023 at 8:59 AM

ଭଦ୍ରକ ୨୬।୦୩ : ଓଭରଲୋଡିଂ ହେଲା କାଳ । ବାଲି ଗାଡିକୁ ଲାଗିଲା ବଡ ଧରଣର ଫାଇନ। ଯାଞ୍ଚ ପରେ ଲକ୍ଷେ ଟଙ୍କା ଫାଇନ । ଗାଡି ସମେତ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ତିହିଡି ପୋଲିସ ଷ୍ଟେସନ ପାଖ ଦେଇ ଏକ ବାଲି ବୋଝେଇ ହାଇଞ୍ବା ଯାଉଥିବା ସମୟରେ ତାକୁ ଅଟକାଇ ଯାଞ୍ଚ କରିଥିଲେ ତିହିଡି ତହସିଲଦାର। OD-22Q-8485 ନମ୍ବର ବିଶିଷ୍ଟ ଏକ ହାଇଞ୍ବା ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିଲା । ଏହି ସମୟରେ ତାକୁ ଅଟକାଇ ଥିଲେ ତିହିଡି ତହସିଲଦାର ପ୍ରତୀକ ସାହୁ। ଯାଞ୍ଚ ପରେ ଓଭରଲୋଡିଂ ପାଇଁ କରିଥିଲେ ୧ ଲକ୍ଷ ଟଙ୍କା ଫାଇନ। ଗାଡି ସମେତ ଡ୍ରାଇଭରକୁ ଅଟକ ରଖିଥିଲେ । ପରେ ମାଲିକ ଘଟଣାସ୍ଥଳରେ ପହଞ୍ଚି ୧ ଲକ୍ଷ ଜୋରିମାନା ଦେଇ ଗାଡି ନେଇଯାଇଥିବା ତିହିଡି ପୋଲିସ ସୂଚନା ଦେଇଛି।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023