ମହଙ୍ଗା ପଡ଼ିଲା ବେଆଇନ୍‌ ବିଲ୍ଡିଂ ନିର୍ମାଣ; ହୋଟେଲ ମାଲିକଙ୍କ ଉପରେ ଲାଗିଲା ୨୨ ଲକ୍ଷ ଫାଇନ

Published By : Prameya-News7 Bureau | November 03, 2022 IST

ବଲାଙ୍ଗୀର ୦୩/୧୧: ବଲାଙ୍ଗୀର ସହର ମଧ୍ୟରେ ଥିବା ହୋଟେଲ ଭ୍ରମର ଉପରେ ଜିଲ୍ଲାପ୍ରସାସନର କାର୍ଯ୍ୟାନୁଷ୍ଠାନ। ୨୦୧୫ ଏପ୍ରିଲ୍‌ ୧ରୁ ସଠିକ୍‌ ଟାକ୍ସନ ନଦେବା, ବେଆଇନ୍‌ ଷ୍ଟୋର ରୁମ କରିବା, ଅନୁମତି ଠାରୁ ଅଧିକ ବିଲଡିଂ ତିଆରି କରିବା ନେଇ ଆକ୍ସନ ନେଲା ପୌରପରିଷଦ। ଏନେଇ ଆଜି ହୋଟେଲକୁ ନୋଟିସ କରିଛି। ତେବେ ଗୃହ ଟିକସ ବାବଦକୁ ୧ଲକ୍ଷ ୫୦ ହଜାର ଟଙ୍କା, ବିଦ୍ୟୁତ ଟିକସ ବାବଦକୁ ୭୫ ହଜାର ଟଙ୍କା, ପାଣି ଟିକସ ବାବଦକୁ ୫୦ ହଜାର ଟଙ୍କା ଫାଇନ କରାଯାଇଛି।

୨୦୧୫ରୁ ବର୍ତ୍ତମାନ ଯାଏଁ ସମସ୍ତ ଟିକସ ମିଶାଇ ୨୨ ଲକ୍ଷ ଟଙ୍କା ଫାଇନ ଦେବାକୁ କୁହାଯାଇଛି। ଟିକସ ଆସନ୍ତା ୩୦ ଦିନ ମଧ୍ୟରେ ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଇଛି। ହୋଟେଲ ମାଲିକ ବର୍ଷ ବର୍ଷ ଧରି ଏଭଳି ଭାବରେ ପ୍ରଶାସନକୁ ଠକିଥିବା ବେଳେ ନିୟମ ଉଲଂଘନ କରିଆସୁଥିଲେ। ଖାଲି ସେତିକି ନୁହେଁ ଘରୋଇ ଗ୍ୟାସରେ ତାଙ୍କ ହୋଟେଲ ରନ୍ଧା କାମ ମଧ୍ୟ ଚାଲିଥିଲା। ତେବେ ଏହାକୁ ନେଇ କିନ୍ତୁ ଯୋଗାଣ ବିଭାଗ ଚୁପ ବସିଛି। ତେବେ ଗୋଟିଏ ନୁହେଁ ଏଭଳି ଗୁଡାଏ ହୋଟେଲ ଏଭଳି ବେଆଇନ କାରବାର ହେଉଥିବା ବେଳେ ସେମାନଙ୍କ ଉପରେ ମଧ୍ୟ ଆକ୍ସନ ନେବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.