ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା: କମିବ ତାପମାତ୍ରା
  • ||
  • ରାହୁଲ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା; କହିଲେ, ଭୀରୁଙ୍କ ପାଖରେ ମଥାନତ କରିବା ଆମ ରକ୍ତରେ ନାହିଁ
  • ||
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||

ଚିନ୍ତା ବଢାଇଲା ଆମେରିକାର ବ୍ୟାଙ୍କିଂ ସଂକଟ, କେବଳ ଦୁଇ ଦିନରେ ବୁଡିଗଲା ୩୮ ଲକ୍ଷ କୋଟି ଟଙ୍କା

14/03/2023 at 5:08 PM

ନୂଆଦିଲ୍ଲୀ: ଆମେରିକାରେ ସୃଷ୍ଟି ବ୍ୟାଙ୍କିଂ ସଂକଟ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି । କେବଳ ୨ ଦିନରେ ହିଁ ଗ୍ଲୋବାଲ ଫାଇନାନସିଆଲ୍ ଷ୍ଟକ୍ସର ବଜାର ମୂଲ୍ୟ ୪୬୫ ବିଲିୟନ ଡଲାର (ପ୍ରାୟ ୩୮୩୦୦୦୦ କୋଟି ଟଙ୍କା) କମି ଯାଇଛି । ସିଲିକନ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ପରେ ସାରା ଦୁନିଆର ନିବେଶକ, ଲ୍ୟାଣ୍ଡର୍ସ ନିଜର ନିଜ ଭାଗିଦାରୀ ହ୍ରାସ କରିବାରେ ଲାଗିଛନ୍ତି । ମଙ୍ଗଳବାର ଗ୍ଲୋବାଲ ଫାଇନାନସିୟାଲ ଷ୍ଟକ୍ସରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି ।

ଏସଏଲସିଆଇ ଏସିଆ ପେସିଫିକ୍ ଫାଇନାନସିଆଲ୍ ସୂଚକାଙ୍କରେ ୨.୭ ପ୍ରତିଶତର ହ୍ରାସ ଘଟିଛି ଏବଂ ଏହା ଗତ ବର୍ଷ ନଭେମ୍ୱର ୨୯ ପରେ ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଅନ୍ୟପଟେ ଜାପାନର ମିତ୍ସୁବିଶି ୟୁଏଫଜେ ଫାଇନାନସିୟାଲ ଗ୍ରୁପରେ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ସେହିପରି ଦକ୍ଷିଣ କୋରିଆର ହାନା ଫାଇନାନସିଆଲ୍ ଗ୍ରୁପରେ ୪.୭ ପ୍ରତିଶତ ହ୍ରାସ ଏବଂ ଅଷ୍ଟ୍ରେଲିଆର ଏଏନଜେଡ୍ ଗ୍ରୁପ୍ ହୋଲ୍ଡିଙ୍ଗ ଲିମିଟେଡର ସେୟାରରେ ୨.୮ ପ୍ରତିଶତ ହ୍ରାସ ଘଟିଛି ।

MSCI ୱାର୍ଲଡ ଫାଇନାନସିଆଲ୍ ସୂଚକାଙ୍କ ଏବଂ MSCI ଇମର୍ଜିଂ ଫାଇନାନସିୟାଲ ସୂଚକାଙ୍କରେ ସୂଚୀବଦ୍ଧ କମ୍ପାନିଗୁଡିକର ବଜାର ପୁଞ୍ଜି ଶୁକ୍ରବାରଠାରୁ ପ୍ରାୟ ୪୬୫ ବିଲିୟନ ଡଲାର (୩୮୩୦୦୦୦ କୋଟି ଟଙ୍କା) କମି ସାରିଛି ।

ୟୁରୋପିୟନ ବ୍ୟାଙ୍କ ଏବଂ ବୀମା କମ୍ପାନି ଗୁଡିକର ସେୟାର ମୂଲ୍ୟରେ ମଧ୍ୟ ବଡ଼ ଧରଣ ହ୍ରାସ ରେକର୍ଡ ହୋଇଛି । କ୍ରେଡିଟ୍ ସୁଇସ୍ ଗ୍ରୁପ୍ ଏଜିର ସେୟାର ୧୫ ପ୍ରତିଶତ କମି ରେକର୍ଡ ସ୍ତରକୁ ଖସି ଆସିଛି । ଅନ୍ୟପଟେ ଏହାର ବଣ୍ଡ୍ସର ଇନ୍ସ୍ୟୁରାନ୍ସ ମୂଲ୍ୟ ଆଜି ଯାଏ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଜାପାନର ଫାଇନାନସିୟାଲ ଷ୍ଟକ୍ସରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି ।

   Related Posts