ଭୁବନେଶ୍ବର ୪|୬: ବୟସ ମାତ୍ର ୩୦ । ନା ହେଉଛି ରମେଶ ରଂଜନ ମହାଲିକ । ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ । ସେପଟେ ହାତ ଖାଲି । କିଡନୀ ପ୍ରତିରୋପଣ ଲାଗି ବଡ କଷ୍ଟରେ ନିଜ ସ୍ତ୍ରୀଙ୍କ କିଡନୀ ବଦଳରେ ଅନ୍ୟଜଣଙ୍କ କିଡନୀ ଯୋଗାଡ ହୋଇଥିବା ବେଳେ ଏବେ କିନ୍ତୁ ବାଧକ ସାଜିଛି ଟଙ୍କା । ମୁଣ୍ଡ ଉପରେ ଛୋଟ ଛୁଆ ଓ ସ୍ତ୍ରୀ ଚିନ୍ତା । ତେଣୁ ଏବେ କିଛି ସହାୟତା ଲାଗି ଅନୁରୋଧ ଜଣାଇଛନ୍ତି ରମେଶ ।
{"id":119613}୧୪ ମାସରେ ହୋଇସାରିଲାଣି ୧୪୦ ଥର ଡାଏଲିସିସ ।ରୋଗ ଜଣାପଡିବା ପରଠାରୁ ଏଠି ସେଠି ଡାକ୍ତର ଦେଖାଇ ଓ ଚିକିତ୍ସା କରି ୧୦ଲକ୍ଷ ଟଙ୍କା ମଧ୍ୟ ହୋଇସାରିଲାଣି ଖର୍ଚ୍ଚ ।ଏବେ ହାତ ଖାଲି । ସେପଟେ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ଅଚଳ । ତେଣୁ କାମ କରିବାର ବି ନାହିଁ ଶକ୍ତି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ରମେଶ ରଂଜନ ମହାଳିକ । ଯାହାଙ୍କର ଦୁଇଟି ଯାକ କିଡନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ । ରମେଶ ଜୀବନଯାତ୍ରାର ସାଥୀ ହେବାକୁ ଶପଥ ନେଇଛନ୍ତି ପତ୍ନୀ ସଙ୍ଗୀତା । ସଙ୍ଗୀତାଙ୍କ କୋଳରେ ୪ବର୍ଷର କୋମଳମତି ଶିଶୁ । ତିନି ଜଣକୁ ନେଇ ରମେଶଙ୍କ ସଂସାର। ଏକ ଘରୋଇ କଂପାନୀରେ ଚାକିରି କରୁଥିଲେ ରମେଶ । ସବୁ ଠିକଠାକ ଚାଲିଥିଲା । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। ମାଡି ଆସିଲା ଦୁଃଖର ସାଗର । ସପ୍ତାହକୁ ଦୁଇଥର ଡାଏଲିସିସ ସହ ଦାମୀ ଔଷଧ । ଥରେ ଡାଇଲିସିସ୍ କଲେ ୨ ହଜାରରୁ ଅଧିକ ଖର୍ଚ କରିବାକୁ ପଡୁଛି। ତେଲ ଲୁଣ କିଣିବାକୁ କଷ୍ଟ ହେଉଛି ।
{"id":119614}ରମେଶ ଙ୍କୁ ତାଙ୍କ ସ୍ତ୍ରୀ ଙ୍କ କିଡନି ବଦଳରେ ଅନ୍ୟଜଣେ ମହିଳା କିଡନୀ ଦେବାର ଆଶ୍ବାସନା ମିଳିଛି । ସେପଟେ ରମେଶ ଙ୍କ ସ୍ତ୍ରୀ ମଧ୍ୟ ରମେଶଙ୍କୁ କିଡନୀ ପ୍ରଦାନ କରୁଥିବା ମହିଳାଙ୍କ ସ୍ବାମୀଙ୍କୁ ଦେବେ ତାଙ୍କ କିଡନୀ ।ଏହିଭଳି ଭାବେ ଅଦଳ ବଦଳ କରି କିଡନୀ ପ୍ରତ୍ୟାରୋପଣ ଲାଗି ମିଳିଛି ଆଶ୍ବାସନା । କିନ୍ତୁ ସେଥିଲାଗି ମଧ୍ୟ ଏବେ ବାଧକ ସାଜିଛି ଟଙ୍କା । କିଡନୀ ପ୍ରତିରୋପଣ ଲାଗି କୁଆଡୁ ଆସିବ ଏତେ ଟଙ୍କା । ସେପଟେ ଆଗକୁ କଣ ହେବ ସେନେଇ ସ୍ତ୍ରୀ ମଧ୍ୟ ଚିନ୍ତାରେ । ତେଣୁ ନିଜର ଜୀବନ ବଂଚାଇବାକୁ ଅନ୍ୟର ସାହାଯ୍ୟ ଭିକ୍ଷା କରିଛନ୍ତି ଅସହାୟ ରମେଶ । ସହଯୋଗର ଏକାଧିକ ହାତ ବଡିଲେ ଉଜୁଡିବାକୁ ବସିଥିବା ରମେଶଙ୍କ ସଂସାର ହୁଏତ ପୁଣିଥରେ ହସଖୁସିରେ ଆଗକୁ ବଢିପାରେ।
ରମେଶଙ୍କ ପରିବାରରେ ପୁଣିଥରେ ହସଖୁସି ଫେରାଇ ଆଣିବାକୁ ଚାହୁଁଥିବା ଯେ କୌଣସି ବ୍ୟକ୍ତି ବିଶେଷ, ଅନୁଷ୍ଠାନ କିମ୍ବା ସଙ୍ଗଠନ ଆର୍ଥିକ ସାହାଯ୍ୟ ଦେବାକୁ ଚାହୁଁଥିଲେ ତଳେ ଦିଆଯାଇଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅର୍ଥ ପୈଠ କରିବା ଲାଗି ନ୍ୟୁଜ୍ ସେଭେନ ପକ୍ଷରୁ ନିବେଦନ ।
STATE BANK OF INDIA
NAME __RAMESH RANJAN MAHALIK
Ac NO –38127844203
Ifsc code___ SBIN0002100
Branch—pattamundai
PHONE PAY OR TEZ NUMBER ____8106527443