Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ମୁସଲିମ୍ ଝିଅର ମୁହଁରେ ଅନର୍ଗଳ ବେଦ ମନ୍ତ୍ର, ଧାର୍ମିକ ଭାବନାରୁ ଉପରେ ଥିବା ଝିଅଟି ପାଇଁ ଅର୍ଥ ହୋଇଛି ବାଧକ

28/08/2020 at 11:17 AM

କେନ୍ଦ୍ରାପଡ଼ା  ୨୮।୦୮: ମୁସଲିମ୍ ପରିବାରରେ ଜନ୍ମ । ହେଲେ ବେଦ ମନ୍ତ୍ର ପାଠ କରିବାରେ ସେ ସିଦ୍ଧହସ୍ତ । ଭଜନ ଜଣାଣ ଅନର୍ଗଳ ବୋଲି ପାରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଘାଗରା ଗାଁର ପ୍ରତିଭାବନ ଛାତ୍ରୀ ସମଜାନ୍ ଖାତୁନଙ୍କ ସଂପର୍କରେ । ତେବେ ଅର୍ଥ ଅଭାବରୁ ଏହି ଛାତ୍ରୀ ଜଣକ ପାଠ ପଢ଼ାରୁ ବଞ୍ଚିତ ହେବାକୁ ଯାଉଛନ୍ତି ।

ମୁହଁରେ ବେଦ ମନ୍ତ୍ର । ତାଙ୍କ ମୁହଁରୁ ଭଜନ, ଜଣାଣ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ସ୍ତୁତି ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରି ପାରୁଥିବା ଏହି ଛାତ୍ରୀ ଜଣକ  ଏକ ମୁସଲିମ୍ ପରିବାରର ଜନ୍ମ । କେନ୍ଦ୍ରାପଡା ଘାଘରା ଗଁ।ର  ସମଜାନ୍ ଖାତୁନ୍ ପାଠରେ ବେଶ୍ ଆଗୁଆ । ମାଟ୍ରିକ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିଲେ ସୁଦ୍ଧା ପାଠରେ ଡୋରି ବାନ୍ଧିବାକୁ ଯାଉଛନ୍ତି । ଅର୍ଥାଭାବ ଯୋଗୁଁ କଲେଜରେ ପଢିବାର ସ୍ବପ୍ନ ତାଙ୍କର ଭାଙ୍ଗି ଚୁରମାର ହୋଇ ଯାଇଛି । ତଥାପି ପରିବାର ଲୋକଙ୍କ ଅଜାଣତରେ ଅନ୍ ଲାଇନ୍ ଫର୍ମ ଫିଲପ୍ କରିଛନ୍ତି ।  

ସମଜାନଙ୍କ ବାପା ସେକ୍ କଲ୍ଲିମୁଦ୍ଧିନ୍ ଜଣେ ଦିବ୍ୟାଙ୍ଗ । ମୂଲଲାଗି ଅତି କଷ୍ଟ ସେ ପରିବାର ପ୍ରତିପୋଷଣ କରନ୍ତି । ୪ ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ଦୁଇ ଝିଅ ବିବାହ କରି ସାରିଛନ୍ତି । ସେପଟେ  ଝିଅ ପାଠପଢି ନର୍ସ ହୋଇ ଅସହାୟଙ୍କ ସେବା କରିବା ପାଇଁ ସ୍ବପ୍ନ ଦେଖୁଛି । ସହାୟତା ମିଳିଲେ ସମଜାନ୍‌ଙ୍କ ସ୍ବପ୍ନ ନିଶ୍ଚିତ ପୂରଣ ହୋଇପାରିବ ।

   Related Posts