ବଜେଟ ଉପସ୍ଥାପନାରେ ନିର୍ମଳା କରିବେ ରେକର୍ଡ, ଜାଣନ୍ତୁ ପୂର୍ବରୁ କେଉଁ ଅର୍ଥମନ୍ତ୍ରୀ କେତେ ଥର କରିଛନ୍ତି ଉପସ୍ଥାପନ ?

Published By : Prameya-News7 Bureau | July 22, 2024 IST

ନୂଆଦିଲ୍ଲୀ: ସୋମବାର ଆଗତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ। ବଡ଼ କଥା ହେଉଛି ଏହି ବଜେଟ ଉପସ୍ଥାପନ ସେ ଇତିହାସ ରଚିବାକୁ ଯାଉଛନ୍ତି। କାରଣ ଲଗାତାର ୭ ଥର ବଜେଟ ଉପସ୍ଥାପନ କରି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି। ଅବଶ୍ୟ ଏବବି ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାର ରେକର୍ଡ ମୋରାରଜି ଦେସାଇଙ୍କ ନାଁରେ ରହିଛି।ତେବେ ଆସନ୍ତୁ ଜାଣିବା କେଉଁ ଅର୍ଥମନ୍ତ୍ରୀ କେତେ ଥର କରିଛନ୍ତି ବଜେଟ ଉପସ୍ଥାପନ।

ସ୍ବାଧୀନ ଭାରତର ପ୍ରଥମ ବଜେଟ ଆଗତ ହୋଇଥିଲା ୧୯୪୭ ନଭେମ୍ବରରେ । ସ୍ବାଧୀନ ଭାରତର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ ତତକାଳୀନ ଅର୍ଥମନ୍ତ୍ରୀ ଆରକେ ସନମୁଖ ଚେଟ୍ଟୀ। ଆଉ ତାଙ୍କ ପରଠାରୁ ଏହି ସଂସଦରେ ବଜେଟ ଉପସ୍ଥାପନରେ ଅନେକ ପରିବର୍ତ୍ତନ ହୋଇଛି। ୩୪ ଜଣ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିସାରିଲେଣି। ତେବେ ଆସନ୍ତୁ ଜାଣିବା କେଉଁ ଅର୍ଥମନ୍ତ୍ରୀଙ୍କ ପାଖରେ ରହିଛି ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାର ରେକର୍ଡ। 

ମୋରାରଜୀ ଦେସାଇ:

ଭେଟେରାନ ରାଜନେତା ମୋରାରଜୀ ଦେଶାଇ ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ କରିବାରେ ରେକର୍ଡ କରିଛନ୍ତି। ସେ ୧୯୫୯ରୁ ୧୯୬୪ ଯାଏ ଅର୍ଥମନ୍ତ୍ରୀ ଥିବାବେଳେ ୫ଟି ପୂର୍ଣ୍ଣକାଳୀନ ବଜେଟ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହା ସହ ସମୁଦାୟ ଲଗାତାର ୬ଥର ବଜେଟ ଉପସ୍ଥାପନା କରିବାର ରେକର୍ଡ ମଧ୍ୟ ତାଙ୍କର ପାଖରେ ରହିଛି। ଆଉ ଦେସାଇଙ୍କ ଏହି ରେକର୍ଡକୁ ନର୍ମଳା ସୀତାରମଣ ଭାଙ୍ଗିବାକୁ ଯାଉଛନ୍ତି। ଆଉ ଲଗାତାର ୭ମ ଥର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି।

ପି ଚିଦାମ୍ବରମ:

ସର୍ବାଧିକ ବଜେଟ୍ ଉପସ୍ଥାପନ କରିବାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ। ୧୯୯୦ରୁ ୨୦୦୦ ମଧ୍ୟରେ ୯ ଥର ବଜେଟ ଉପସ୍ଥାପନ କରିଛନ୍ତି। 

ପ୍ରଣବ ମୁଖାର୍ଜୀ:

ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଏବଂ ଭେଟେରାନ ଭାରତୀୟ ରାଜନେତା ପ୍ରଣବ ମୁଖାର୍ଜୀ। ସେ ୧୯୮୨ରୁ ୨୦୧୨ ମଧ୍ୟରେ ଅର୍ଥମନ୍ତ୍ରୀ ଥିବା ସମୟରେ ୮ ଥର ବଜେଟ ଉପସ୍ଥାପନ କରିଛନ୍ତି।

ଯଶଓ୍ବନ୍ତ ସିନ୍‌ହା:

ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ଚତୁର୍ଥ ସ୍ଥାନରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିନ୍‌ହା। ଅଟଳ ବିହାରୀ ବଜାପେୟୀ ରାଷ୍ଟ୍ରପତି ଥିବା ସମୟରେ ଯଶଓ୍ବନ୍ତ ସିନ୍‌ହା ୧୯୯୮ରୁ ୨୦୦୨ ମଧ୍ୟରେ ସେ ସାତ ଥର ବଜେଟ ଉପସ୍ଥାପନ କରିଥିଲେ।

ସିଡି ଦେଶମୁଖ:

୧୯୨୦ରେ ଭାରତୀୟ ପ୍ରଶାସନିକ ସେବା ଯୋଗ ଦେବା ସହ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଚିନ୍ତାମଣ ଦ୍ବାରକା ଦେଶମୁଖ। ୧୯୪୩ରେ ସେ ଆରବିଆଇର ପ୍ରଥମ ଭାରତୀୟ ଗଭର୍ଣ୍ଣର ହୋଇଥିଲା ଏବଂ ଏହି ପଦରେ ୧୯୪୯ ପର୍ଯ୍ୟନ୍ତ ରହିଥିଲେ। ସେ ୧୯୫୦ରେ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ଆଉ ୧୯୫୬ରେ ପଦ ଛାଡ଼ିଥିଲେ। ଆଉ ଏହି ଅବଧି ମଧ୍ୟରେ ସେ ୭ ଥର ବଜେଟ ଉପସ୍ଥାପନ କରିଥିଲେ।

ମନମୋହନ ସିଂହ

ପ୍ରଧାମନ୍ତ୍ରୀ ହେବା ପୂର୍ବରୁ ମନମୋହନ ସିଂହ ଜଣେ ସୁଦକ୍ଷ ଅର୍ଥନୀତିଜ୍ଞ ଥିଲେ। ନିଜେ ଅର୍ଥମନ୍ତ୍ରୀ ଥିବା ସମୟରେ ସେ ୬ ଥର ବଜେଟ ଉପସ୍ଥାପନ କରିଥିଲେ। ୧୯୯୦ରେ ତାଙ୍କର ବଜେଟ୍ ଭାଷଣ ଉଲ୍ଲେଖନୀୟ ହୋଇ ରହିଛି। ଯେଉଁଥିରେ ଅର୍ଥନୈତିକ ସଂସ୍କାର ଆଣିବା ସହ ଦେଶରେ ଉଦାରୀକରଣ ଏବଂ ଜଗତୀକରଣ ପାଇଁ ପଥ ପରିଷ୍କାର କରିଥିଲା।

ନିର୍ମଳା ସୀତାରମଣ:

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ସପ୍ତମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ୨୦୧୯ରୁ ଏପର୍ଯ୍ୟନ୍ତ ସେ ପାଞ୍ଚଟି ପୂର୍ଣ୍ଣ ବଜେଟ ଉପସ୍ଥାପନ କରିସାରିଛନ୍ତି । ସେ ହେଉଛନ୍ତି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। 

ଓ୍ବାଇ ଚଭନ:

୧୯୭୧ ମାର୍ଚ୍ଚରେ ପଞ୍ଚମ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ ଓ୍ବାଇବି ଚଭନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ ନେଇଥିଲେ।ସେ ୧୯୭୧-୭୨ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ।ପରବର୍ତ୍ତୀ ସମୟରେ ୧୯୭୧-୭୨ରୁ ୧୯୭୪-୭୫ ମଧ୍ୟରେ କ୍ରମାଗତ ଚାରି ଥର ବଜେଟ ଉପସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.