ଭୁବନେଶ୍ବର ୧୮।୨: ଆଜି ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଆଗତ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ପଞ୍ଚମ ପାଳି ବିଜେଡି ସରକାରର ଏହା ଦ୍ବିତୀୟ ବଜେଟ। ବଜେଟ୍ର ଆକାର ୧.୫୦ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି ।
୨୦୧୯-୨୦ରେ ରାଜ୍ୟ ବଜେଟ୍ ୧.୩୯ ଲକ୍ଷ କୋଟି ଟଙ୍କାର ଥିଲା । ଜନତାଙ୍କ ସ୍ବାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ସରକାର କେତେକ ଜନହିତକର ଯୋଜନା ଆଣିପାରନ୍ତି ବୋଲି ଆକଳନ କରାଯାଉଛି ।
୨୦୧୯-୨୦ରେ ରାଜ୍ୟର ବିକାଶ ହାର ୬.୧୬%କୁ ଖସିବ ବୋଲି ଗତକାଲି ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଦର୍ଶାଇଛନ୍ତି ।