ସୋମବାର ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହ ବୈଠକ କରିବେ ସୀତାରମଣ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ସୋମବାର ବୈଠକ କରିବେ । ନଭେମ୍ବର ୧୫ରେ ହେବାକୁ ଥିବା ଏହି ବୈଠକରେ ନିବେଶ, ଆର୍ଥିକ ବିକାଶ ଆଦି ଉପରେ ଆଲୋଚନା ହୋଇପାରେ। ଏହି ମିଟିଂ ସୋମବାର ଅପରାହ୍ଣ ୩ରୁ ସନ୍ଧ୍ୟା ୬ ଯାଏଁ ଚାଲିବ। ଏହା ପୂର୍ବରୁ ସୀତାରମଣ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କୁ ଚିଠି ଲେଖି କହିଥିଲେ ଯେ କରୋନାର ଦ୍ବିତୀୟ ଲହର ପରେ ପରେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହା ଦ୍ବାରା ରାଜ୍ୟରେ ନିବେଶକୁ ଆହୁରି ବଢ଼ାଇ ହେବ। ଏଥିପାଇଁ ରୋଜଗାର ଏବଂ ରାଜ୍ୟର ରାଜସ୍ବ ବୃଦ୍ଧି ହୋଇପାରିବ ।

ତେବେ ସୋମବାର ହେବାକୁ ଥିବା ଏହି ମେଗା ମିଟିଂରେ କେଉଁ ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ନିବେଶରେ ବୃଦ୍ଧି, ଦ୍ରୁତ ଆର୍ଥିକ ସୁଧାର ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ଆଲୋଚନା ହୋଇପାରେ । ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ରାସ୍ତା ପ୍ରଶସ୍ତ ପାଇଁ କଣ ସବୁ ଆବଶ୍ୟକ ସେନେଇ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଅର୍ଥ ସଚିବ ଅଜୟ ସେଠ ତଥ୍ୟ ମାଗିଥିଲେ। ଏହା ବ୍ୟତୀତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦ୍ରବ୍ୟ ଏବଂ ସେବା କର ( ଜିଏସ୍‌ଟି) ସମ୍ପର୍କ ନପଚାରିବାକୁ ରାଜ୍ୟଗୁଡ଼ିକ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.