ନୂଆଦିଲ୍ଲୀ ୨୮।୯: ଦୀର୍ଘ ୭ ମାସ ହେବ ଦେଶ କରୋନା ସଙ୍କଟରେ ଜର୍ଜରିତ । ଲକ୍ ଡାଉନ୍ ଏବଂ ଅନେକ କଟକଣା ଯୋଗୁଁ ଅପ୍ରେଲ-ଜୁନ୍ ତ୍ରୈମାସିକରେ ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଛି । ଏହା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ଅର୍ଥବ୍ୟବସ୍ଥା ଏବେ ବି ଚ୍ୟାଲେଞ୍ଜ ମଧ୍ୟରେ ଗତିକରୁଛି ।
ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ନିର୍ମଲା ସୀତାରମଣ କହିଛନ୍ତି, ଅର୍ଥବ୍ୟବସ୍ଥା ଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସାମ୍ନା କରୁଛି । କରୋନା ସଙ୍କଟ କେବେ ସମାପ୍ତ ହେବ ଏ ସମ୍ବନ୍ଧରେ କିଛି ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ । ଖାସ୍ କରି କି ଏହାର କୌଣସି ଟିକା ଯେପର୍ଯ୍ୟନ୍ତ ଆସିନାହିଁ । ୬ମାସରେ ବାସ୍ତବରେ ଚ୍ୟାଲେଞ୍ଜ କମ୍ ହୋଇନାହିଁ । ବରଂ ଚ୍ୟାଲେଞ୍ଜର ମାର୍ଗ ବଦଳିଯାଇଛି । ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ସେ ଦିଗରେ କାର୍ଯ୍ୟ ଜାରି ରଖିଛି ।
ସେ କହିଛନ୍ତି ଯେ, କରୋନା ସଂକ୍ରମଣ ମାମଲା ହ୍ରାସ ପାଇଛି ଏବଂ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । କାରଣ ଲୋକଙ୍କ ମଧ୍ୟରେ ଜାଗୃକତା ବୃଦ୍ଧି ପାଇଛି । ମାତ୍ର କୋଭିଡ୍ ୧୯ ଏବେ ବି ଚିନ୍ତାଜନକ ବିଷୟ ହୋଇଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।
କରୋନାର ସମ୍ପୂର୍ଣ୍ଣ ପ୍ରବାବଶାଳୀ ଔଷଧ ଏପର୍ଯ୍ୟନ୍ତ ଆସିନାହିଁ । କରୋନା ସମାପ୍ତ ହେବାର କୌଣସି ନିର୍ଦ୍ଧିଷ୍ଟ ତାରିଖ ନିଶ୍ଚିତ ହୋଇନାହିଁ । କେତେକ ସ୍ଥାନରେ ଲୋକ ସୁସ୍ଥ ହେବା ପରେ ପୁଣି ସଂକ୍ରମିତ ହେଉଛନ୍ତି ।