ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ: ଡାକ୍ତର କହିଲେ- ଏବେ ସେ ସୁସ୍ଥ ଅଛନ୍ତି

Published By : Prameya-News7 Bureau | December 29, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତଳିପେଟ ସମ୍ବନ୍ଦୀୟ ଯନ୍ତ୍ରଣା ଯୋଗୁ ସୋମବାର ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସିବାରୁ ଗୁରୁବାର ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି ବୋଲି ଏମ୍ସ ଡାକ୍ତର କହିଛନ୍ତି।

ସୋମବାର ଏମ୍ସର ପ୍ରାଇଭେଟ ୱାର୍ଡରେ ଭର୍ତ୍ତି ହୋଇଥିଲେ ସୀତାରମଣ। ଜ୍ୱର ଓ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳେ ରୁଟିନ ଚେକ୍ଅପ୍ ପାଇଁ ତାଙ୍କୁ  ଭର୍ତ୍ତି କରାଯାଇଥିଲା ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା। ମନ୍ତ୍ରୀଙ୍କୁ ମେଡିସିନ ଡିପାର୍ଟମେଣ୍ଟରେ ଚିକିତ୍ସା କରାଯାଇଥିଲା। ତାଙ୍କ ସଂକ୍ରମଣ ଭଲ ହୋଇଯାଇଛି ବୋଲି ପରିଚୟ ଗୋପନ ରଖି ଏମ୍ସର ଡଣେ ଡାକ୍ତର କହିଛନ୍ତି।

୨୦୧୯ରୁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିବା ନିର୍ମଳା ସୀତାରମଣ ୧୦୧୪ ପର ଠାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚନ ଜିତି ଆସୁଛନ୍ତି। ଏହା ପୂର୍ବରୁ ସେ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ସମ୍ଭାଳି ସାରିଛନ୍ତି। ଦେଶର ପ୍ରଥମ ମହିଳା ଭାବେ ସେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ଅର୍ଥମନ୍ତ୍ରାଳୟ ସମ୍ଭାଳିବାର ରେକର୍ଡ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.