ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
26/12/2022 at 1:21 PM

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡାକ୍ତରଖାନାରେ ଭର୍ତ୍ତି। ଦିଲ୍ଲୀ ଏମ୍ସର ଏକ ଘରୋଇ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି। ୬୩ ବର୍ଷୀୟା ନିର୍ମଳା ୧୨ଟା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ରୁଟିନ ଚେକ୍ଅପ ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମିତି କିଛି ଗମ୍ଭୀର ସମସ୍ୟା ନାହିଁ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
କେନ୍ଦ୍ର ସରକାର କିମ୍ବା ମେଡିକାଲ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଖବର ନେଇ କୌଣସି ସୂଚନା ଦିଆଯାଇ ନଥିଲା। ହେଲେ ଏବେ ଏବେ ଏମ୍ସ ଡାକ୍ତରଙ୍କ ପକ୍ଷରୁ ନିର୍ମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପଟେଡ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ସବୁଠାରୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ତେବେ କଣ ପାଇଁ ହଠାତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଲା ସେ ନେଇ ସରକାର କିମ୍ବା ନିର୍ମଳାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ଗତକାଲି ନିର୍ମଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହି ସହ ମିଶି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକିରେ ପୁଷ୍ପାଞ୍ଜଳି ଦେଇଥିଲେ।