scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ୟାନସରରେ ପୀଡିତ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଚିକିତ୍ସା ପାଇଁ ଗଲେ ଆମେରିକା

17/01/2019 at 12:04 PM

ଦିଲ୍ଲୀ ୧୭/୧ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କ୍ୟାନସରରେ ପୀଡିତ ଥିବା ଜଣାପଡିଛି | ଜେଟଲୀଙ୍କୁ ସଫ୍ଟ ଟିସୁ ସରକୋମା ନାମକ କ୍ୟାନସର ହୋଇଥିବା ଜଣାପଡିଛି | ଏହି କ୍ୟାନସର ଅତି ବିରଳ | କ୍ୟାନସରରେ ଆକ୍ରାନ୍ତ ଥିବା ଜାଣିବା ପରେ ଜେଟଲୀ ଆମେରିକା ଯାଇଛନ୍ତି ଚିକିତ୍ସା ପାଇଁ | ନିକଟରେ କେନ୍ଦ୍ରର ଅନ୍ତରୀଣ ବଜେଟ ପେଶ କରିବାର ଥିଲା, କିନ୍ତୁ ଠିକ ସମୟରେ ଜେଟଲୀଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ପଡିଛି | ଏଥରର ବଜେଟ ମୋଦି ସରକାରଙ୍କ ଶାସନ କାଳର ଅନ୍ତିମ ବଜେଟ ସେସନ | ଫେବୃଆରୀ ୧ ତାରିଖରେ ହେବାକୁ ଥିବା ବଜେଟ ସେସନରେ ଜେଟଲୀ ସମ୍ଭବତଃ ଉପସ୍ଥିତ ନହୋଇପାରନ୍ତି | ଜାନୁଆରୀ ୩୧ ତାରିଖରୁ ବଜେଟ ସେସନ ଆରମ୍ଭ ହେବାକୁ ଯାଉଛି |


୬୬ ବର୍ଷ ବୟସ୍କ ଜେଟଲୀ ଗତବର୍ଷ ମେ ୧୪ ତାରିଖରେ କିଡ଼ନୀ ଅପରେସନ କରିଥିଲେ | ରବିବାର ସେ ଆମେରିକା ଯାଇଥିଲେ | କିଡ଼ନୀ ସମ୍ବନ୍ଧୀୟ ଚିକିତ୍ସା ପାଇଁ ସେ ଆମେରିକା ଯାଇଛନ୍ତି ବୋଲି ପ୍ରଥମେ ଶୁଣିବାକୁ ମିଳିଥିଲା | କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ତାଙ୍କୁ କ୍ୟାନସର ହୋଇଛି |


କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ନେସନ୍ୟାଲ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲାହ, କଂଗ୍ରେସ ନେତା ସଲମାନ ଖୁର୍ସିଦ ଜେଟଲୀଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ କରିଛନ୍ତି |


ସରକୋମା କ୍ୟାନସର ହାଡ ଏବଂ ମାଂସପେଶୀର ଟିସୁରେ ପ୍ରଥମେ ଆରମ୍ଭ ହୋଇଥାଏ | ସାଧାରଣତଃ ଏହି କ୍ୟାନସର ହାତ ଏବଂ ଗୋଡରେ ଦେଖାଦେଇଥାଏ | କୌଣସି ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ବା ରେଡ଼ିଏସନ ଥେରାପି କିମ୍ବା କୌଣସି ପ୍ରକାର ବଂଶଗତ ରୋଗ ଥିଲେ ଏହି ପ୍ରକାର କ୍ୟାନସରର ଭୟ ବଢ଼ିଯାଇଥାଏ |

   Related Posts