ସାଢ଼େ ୧୨ ଲକ୍ଷ ଋଣ ଟଙ୍କା ଆତ୍ମସାତ : ଫାଇନାନ୍ସ କମ୍ପାନୀର ପୂର୍ବତନ ମ୍ୟାନେଜର ଗିରଫ

Published By : Prameya-News7 Bureau | April 17, 2023 IST

ସୁବର୍ଣ୍ଣପୁର ୧୭।୪: ସାଢ଼େ ବାର ଲକ୍ଷ ଟଙ୍କା ଋଣ ଟଙ୍କା ଆତ୍ମସାତ ଅଭିଯୋଗରେ ଫାଇନାନ୍ସ କମ୍ପାନୀର ପୂର୍ବତନ ମ୍ୟାନେଜର ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ନ୍ୟୁ ଅପ୍ରଚ୍ୟୁନିଟି କଂସଲଟାନ୍ସି ପ୍ରାଇଭେଟ ଲିମିଟେଡ଼ର ପ୍ରାୟ ୩୪ ଜଣ ଗ୍ରାହକ ଠକେଇର ଶିକାର ହୋଇଛନ୍ତି । ଏହି ମାମଲାରେ ଫାଇନାନ୍ସ କମ୍ପାନୀର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଭୁ ରଞ୍ଜନ ଦେହୁରୀଙ୍କୁ ବାନ୍ଧିଛି ସଦର ଟାଉନ ଥାନା ପୋଲିସ । କମ୍ପାନୀର ଏରିଆ ମ୍ୟାନେଜର ବିପିନ କୁମାର ସାହୁ ଏହି ଠକେଇ ସମ୍ପର୍କରେ ଗତ ମାର୍ଚ୍ଚ ତିନି ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିଲା । ପୋଲିସ ଚଢ଼ାଉ କରି ଅଇଁଲାଛାଟ ଅଂଚଳରୁ ବିଭୁ ରଞ୍ଜନକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.