ଫାଇନାନ୍ସ କମ୍ପାନୀଙ୍କ ଦାଦାଗିରି- ଏସଏଚଜି ଗ୍ରୁପକୁ ଋଣ ଦେଇ ବ୍ଲାକମେଲ

Published By : Prameya-News7 Bureau | December 21, 2019 IST

ଭବାନୀପାଟଣା ୨୧।୧୨ - ଫାଇନାନ୍ସ କମ୍ପାନୀଙ୍କ ଦାଦାଗିରି । ଏସଏଚଜି ଗ୍ରୁପକୁ ଋଣ ଦେଇ ବ୍ଲାକମେଲ । ଏମିତି କିଛି ସଙ୍ଗୀନ ଅଭିଯେ।ଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ । ପଶ୍ଚିମବଙ୍ଗର ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନିର ମାୟା ଜାଲରେ ଫସିଛନ୍ତି ଜିଲ୍ଲାର ସ୍ବୟଂ ସହାୟକ ମହିଳା ଗେ।ଷ୍ଠୀ । ଦେଖିବା ପୁରା ଘଟଣା ।

{"id":200719,"sizeSlug":"large"}

ଋଣ ଆଦାୟ ନାଁରେ ବ୍ଲାକମେଲ । କଳାହାଣ୍ଡି ଜିଲ୍ଲା ପ୍ରଶାସନକୁ ହାତ ବାରିସି କରି ଏଚଏଚଜି ଗ୍ରୃପ୍ ଠାରୁ ଡରେଇ ଧମକେଇ ଋଣ ଆଦାୟ କରୁଛି ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନୀ । ଭବାନୀପାଟଣାର ଚାଲିଛି ସାଂଘାତିକ ଖେଳ । କିଛି ମାସ ତଳେ ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନୀ ଠାରୁ ୩୦ ହଜାର ଟଙ୍କା ଲେଖାଏଁ ଋଣ ଆଣିଥିଲେ ମହିଳା ସ୍ବୟଂ ସହାୟକ ଗେ।ଷ୍ଠୀର ୪ ଜଣ ସଦସ୍ୟ । ୨୦ଟି କିସ୍ତି ରେ ୩୮ ହଜାର ୪ ଶହ ଟଙ୍କା ପରିଶୋଧ ପାଇଁ ଚୁକ୍ତି କରିଥିଲେ । ହେଲେ ଚୁକ୍ତି ଖିଲାଫ ଦର୍ଶ।ଇ ପଶ୍ଚିମବଗଂ କୋର୍ଟର ସମନ ବଳରେ ୪ ଜଣଙ୍କୁ ଗିରଫ କରିଥିଲା ଭବାନୀପାଟଣା ପୋଲିସ ।ଆଉ ସେମାନଙ୍କ ଗିରଫଦାରୀର ଭିଡିଓ ଦେଖାଇ ଅନ୍ୟ ସଦସ୍ୟଙ୍କ ଠାରୁ ଋଣ ଟଙ୍କା ଆଦାୟ କରୁଛି କମ୍ପାନୀ ।

{"id":200720,"sizeSlug":"large"}

ମହିଳାଙ୍କୁ ସ୍ବାବଲମ୍ବୀ କରିବା ଉଦେଶ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କରାଯାଇଥିଲା । ହେଲେ ଫାଇନାନ୍ସ କଂପାନୀଙ୍କ ଜୁଲୁମରେ ଦିଗହରା ହେଉଛି ଯେ।ଜନା । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମାମଲାର ଯାଞ୍ଚ କରିବାକୁ ଦାବି ହେ।ଇଛି ।

{"id":200721,"sizeSlug":"large"}

ସରକାରୀ ସ୍ତରରେ ଏସଏଚଜି କୁ କେତେ ପ୍ରାଇଭେଟ ଫାଇନାନ୍ସ କଂପାନୀ ଋଣ ଦେଉଛନ୍ତି ତାର କୌଣସି ସୁଚନା ନାହିଁ । ଫଳରେ ଏହାର ଫାଇଦା ଉଠାଇ ବିଭିନ୍ନ ସର୍ତ ରେ ଚୁକ୍ତି କରି ଚଢା ସୁଧରେ ରେ ଋଣ ପ୍ରଦାନ ଜାରି ରଖିଛନ୍ତି ଫାଇନାନ୍ସ କମ୍ପାନୀ ।ଯାହାର ତଦନ୍ତ ଜରୁରୀ ହେ।ଇପଡିଛି ।  

{"id":200722,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.