scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩୪ ଯାତ୍ରୀଙ୍କ ସହ ବସ୍ ହାଇଜ୍ୟାକ୍ : ଟ୍ରେସ ହୋଇପାରିନାହିଁ ବସ୍, ୟୁପି-ଏମପି ସୀମା ସିଲା

19/08/2020 at 11:31 AM

ଆଗ୍ରା ୧୯/୦୮ : କିସ୍ତି ନ ଦେଇଥିବାରୁ ଶ୍ରୀରାମ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ଯାତ୍ରୀଙ୍କ ସମେତ ବସ ଅପହରଣ କରାଯାଇଥିବା ମାମଲାରେ ନୂଆ ଖୁଲାସା ହୋଇଛି | ଅପହରଣ ହୋଇଥିବା ବସରେ ଥିବା ୩୪ ଯାତ୍ରୀଙ୍କୁ ବାଲାଜୀ ଟ୍ରାଭେଲସ କମ୍ପାନୀର ଏକ ବସ ଯୋଗେ ଝାନ୍ସୀ ପଠାଯାଇଛି ବୋଲି କୁହାଯାଉଛି | ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଝାନ୍ସୀ ଡିଏମ ଆନ୍ଦ୍ରା ୱାମସି କହିଛନ୍ତି ଯେ ବସ ଏଯାଏଁ ଝାନ୍ସୀରେ ପହଞ୍ଚିନି | ଝାନ୍ସୀ-ମଧ୍ୟପ୍ରଦେଶ ସୀମାରେ ଘନଘନ ଚେକିଙ୍ଗ ଜାରି ରହିଛି | ସୀମାକୁ ସିଲ କରାଯାଇଛି | 

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି | ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅବସ୍ତି କହିଛନ୍ତି ଯେ ମାମଲାରେ ଆଗ୍ରା ଡିଏମ ଓ ଏସଏସପିଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦେଶ ଦିଆଯାଇଛି | ଅବସ୍ତି କହିଛନ୍ତି ଯେ ଡିଏମ ଏବଂ ଏସଏସପିଙ୍କୁ ଏହି ମାମଲାରେ ରିପୋର୍ଟ ତଲବ କରିବାକୁ କୁହାଯାଇଛି | ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି | ମଙ୍ଗଳବାର ରାତିରେ ବସ ମାଲିକଙ୍କ ମୃତ୍ୟୁ ହୋଇଛି | ବସ ମାଲିକଙ୍କ ପୁଅ ତାଙ୍କ ଅନ୍ତିମ ସଂସ୍କାରରେ ଲାଗିଛନ୍ତି |

ଏହି ମାମଲାରେ ବସ କଣ୍ଡକ୍ଟରଙ୍କ ବୟାନ ମଧ୍ୟ ନିଆଯାଇଛି | କଣ୍ଡକ୍ଟର ରାମ ବିଶାଳ ପଟେଲ କହିଛନ୍ତି ଯେ ଦୁଇଟି ଗାଡିରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଆସିଥିଲେ | ୮ଟି କିସ୍ତି ଦିଆହୋଇନି ବୋଲି ସେମାନେ କହୁଥିଲେ | ଏହାପରେ ସେ ବସ ନେଇ ଚାଲିଯାଇଥିଲେ |

ଫାଇନାନ୍ସ କମ୍ପାନୀର ଏହି ଦାଦାଗିରି ପରେ ପୋଲିସ ବିଭାଗରେ ଉତ୍ତେଜନା ଦେଖାଦେଇଛି | ପୋଲିସର କିଛି ଟିମ ବସକୁ ଖୋଜିବାରେ ଲାଗିଛନ୍ତି | ଏବେ ପର୍ଯ୍ୟନ୍ତ ବସର କୌଣସି ପତା ମିଳିନାହିଁ | ବସରେ ଥିବା ଯାତ୍ରୀ ନିଜ ନିଜ ଘରକୁ ଚାଲିଯାଇଥିବେ ବୋଲି ପୋଲିସ ଅଧିକାରୀ ଆଶଙ୍କା ଜାହିର କରିଛନ୍ତି | କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ | ଏସଏସପି କହିଛନ୍ତି ଯେ, ଫାଇନାନ୍ସ କମ୍ପାନୀର କର୍ମଚାରୀ UP75M 3516 ନମ୍ବର ବସକୁ ଓଭରଟେକ କରି ବସକୁ କବଜା କରି ନେଇଥିଲେ | ମାମଲାରେ ଏଫଆଇଆର ଲେଖାଯାଇଛି |

   Related Posts