କୋଲକାତା ୨୩।୨: ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ସମ୍ଭାବିତ ମେଣ୍ଟ ଲାଗି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ବେଙ୍ଗଲରେ ମେଣ୍ଟକୁ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ସନ୍ତୁଷ୍ଟ ନଥିବା ଜଣାପଡିଛି। ଏଥି ଲାଗି ଚୌଧୁରୀ କଂଗ୍ରେସରୁ ତାଙ୍କର ସମ୍ଭାବିତ ବିଦାୟର ଚେତାବନୀ ମଧ୍ୟ ଦେଇଛନ୍ତି, ଯାହା ଏବେ କଂଗ୍ରେସ ହାଇକମାଣ୍ଡଙ୍କ ନିମନ୍ତେ ଏକ ଆହ୍ୱାନ ଭାବେ ଉଭା ହୋଇଛି।
ଚୌଧୁରୀଙ୍କ ଅସନ୍ତୋଷର ମୁଖ୍ୟ କାରଣ ରାଜ୍ୟରେ ଟିଏମସି ସହିତ ମେଣ୍ଟ ନିଷ୍ପତ୍ତି। ସେ ଚେତାବନୀ ଦେଇଛନ୍ତି ଯେ ରାଜ୍ୟରେ ଯଦି କଂଗ୍ରେସ ଓ ଟିଏମସି ମେଣ୍ଟ ହୁଏ ତେବେ ସେ ବିଜେପିରେ ଯୋଗ ଦେବେ। ତାଙ୍କର ଏହି ପଦକ୍ଷେପ କଂଗ୍ରେସ ଲାଗି ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। ବେଙ୍ଗଲରେ ଚୈଧୁରୀ ଲଗାତାର ଟିଏମସି ଓ ଏହାର ନେତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ କରିଆସୁଛନ୍ତି। ଏଥିରୁ ରାଜ୍ୟରେ ଏନଡିଏର ମେଣ୍ଟ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି।
{"id":912851,"width":839,"height":471,"sizeSlug":"full","linkDestination":"none"}ତେବେ ଏହା ପୂର୍ବରୁ ମମତା ବାନାର୍ଜୀ ମଧ୍ୟ ଏକାକୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ। ତେବେ କଂଗ୍ରେସରେ ଅସନ୍ତୋଷ କିଛି ନୂଆ କଥା ନୁହେଁ। ଗତ ୧୦ ବର୍ଷରେ ଅନେକ ନେତା କଂଗ୍ରେସ ଛାଡି ସାରିଲେଣି। ଯେଉଁଥି ପାଇଁ ପାର୍ଟିର ଅନ୍ତରୀଣ ସ୍ଥିରତା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଏଥିରେ ଯଦି ଅଧିର ରଞ୍ଜନ ଚୌଧୁରୀ କଂଗ୍ରେସ ଛାଡନ୍ତି ଓ ବିଜେପିରେ ଯୋଗ ଦିଅନ୍ତି ତେବେ କଂଗ୍ରେ ପାଇଁ ବେଙ୍ଗଲରେ ଏକ ବଡ଼ ଝଟକା ହୋଇପାରେ।
ଏହା ସତ୍ତ୍ୱେ ବେଙ୍ଗଲରେ କଂଗ୍ରେସ ଓ ଟିଏମସି ମଧ୍ୟରେ ମେଣ୍ଟ ସମ୍ଭାବନା ଏବଂ ଏହାର ବିଭିନ୍ନ ଦିଗ ଉପରେ ଏବେ ଆଲୋଚନା କରାଯାଉଛି। ଏଥିରେ ଅଧିର ରଞ୍ଜନ ଚୌଧୁରୀଙ୍କ ଭବିଷ୍ୟତର ନିଷ୍ପତ୍ତି ଓ କଂଗ୍ରେସର ଅନ୍ତରୀଣ ବିବାଦର ସମାଧାନ ଆଗାମୀ ସମୟରେ ରାଜନୈତିକ ପରିଦୃଷ୍ୟକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।