ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | October 04, 2018 IST

ଭୁବନେଶ୍ବର ୪|୧୦:  ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଗତକାଲି ସକାଳ ୯ଟାରୁ ୨ଟା ମଧ୍ୟରେ ବିଭିନ୍ନ କଲେଜରେ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ପ୍ରାର୍ଥୀପତ୍ର ଦାଖରେ ପରେ କଲେଜ କର୍ତ୍ତୃପକ୍ଷ ସେଗୁଡ଼ିକୁ ଯାଞ୍ଚ କରିଛନ୍ତି । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବା ପ୍ରାର୍ଥୀ ଆଜି ୪ ଟାରୁ ୫ଟା ମଧ୍ୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ପାରିବେ ।  ଅପରହ୍ନ ୫ଟାରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।  ଆସନ୍ତା ୧୦ ତାରିଖରେ ରେ 'ମୁଁ କାହିଁକି ପ୍ରାର୍ଥୀ ହୋଇଛି'  ବୈଠକ ହେବ । ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା  ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସେପଟେ ଗଣ୍ଡଗୋଳ ଓ ଛାତ୍ର ଅଶାନ୍ତି ଯୋଗୁଁ  ୩ଟି ବିଶ୍ବବିଦ୍ୟାଳୟ ଓ ୧୨ଟି କଲେଜରେ ନର୍ବାଚନ ବାତିଲ ହୋଇଛି । ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳକୁ କ୍ଲୋଜଡ୍ ସାଇନ୍ -ଏ- ଡାଏ ଘୋଷଣା କରାଯାଇଛି । ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ମଧ୍ୟ କ୍ଲୋଜଡ୍ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିବା ବେଳେ,ସକାଳ ୮ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ବବିଦ୍ୟାଳୟ ଭିତରେ ଓ ବାହାରେ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.