ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଜଙ୍ଗଲ ଅନୁମୋଦନ ଚୂଡାନ୍ତ, ୨୩ ହଜାର ହେକ୍ଟର ଜମି ହେବ ଜଳସେଚିତ

Published By : Prameya-News7 Bureau | July 08, 2024 IST

ଭୁବନେଶ୍ବର: ପୂରଣ ହେଲା ନୟାଗଡ଼ ଓ ଦଶପଲ୍ଲାବାସୀଙ୍କ ୩୦ ବର୍ଷର ସ୍ବପ୍ନ। କାରଣ ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷୀତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ମିଳିଛି ମଞ୍ଜୁରୀ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ମଞ୍ଜୁରୀ ଦିଆଯାଇଛି।  

ସମୁଦାୟ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏହାଦ୍ବାରା ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୨୩,୦୦୦ ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇପାରିବ।

ସୂଚନାଥାଉକି, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷାରେ ରହିଥିଲା ।  ଆଉ ବର୍ତ୍ତମାନ ଏହି ଅନୁମୋଦନ ପରେ ଜିଲ୍ଲାର କୃଷି ଓ କୃଷକଙ୍କ ହିତ ସାଧନ ପାଇଁ ଉକ୍ତ ପ୍ରକଳ୍ପଟି ଏକ ବରଦାନ ସଦୃଶ ହେବ ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆ ଦିଲ୍ଲୀ ଗସ୍ତରେ ଯାଇଥିବା ସମୟରେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ  ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ତେବେ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିପାଇଁ ସମ ପରିମାଣର ଅଣ ଜଙ୍ଗଲ ଅଞ୍ଚଳରେ କ୍ଷତି ପୂରକ ବନୀକରଣ ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୁପାଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.