ସାମ୍ନାକୁ ଆସିଲା ‘ବିଗ୍‌ ବସ୍‌ ୧୬’ର ପ୍ରତିଯୋଗୀଙ୍କ ନାମ, ଦେଖନ୍ତୁ କନଫର୍ମ ଲିଷ୍ଟ

Published By : Prameya-News7 Bureau | October 02, 2022 IST

ମୁମ୍ଵାଇ ୦୨।୧୦: 'ବିଗ୍ ବସ୍ ୧୬' ଆରମ୍ଭ ହୋଇଯାଇଛି । ଗତକାଲି ଅର୍ଥାତ୍ ଶନିବାର ପ୍ରିମିୟର ହୋଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ 'ବିଗ୍ ବସ୍’କୁ ଅପେକ୍ଷା କରି ରହିଥିଲେ ଦର୍ଶକ। ଗ୍ଲାମର ଦୁନିଆର ଅନେକ ସେଲିବ୍ରିଟି ସଲମାନ ଖାନଙ୍କ ଶୋ’ରେ ଅଂଶଗ୍ରହଣ କରିଛନ୍ତି। ଏହି ଶୋ’ରେ ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ ଦର୍ଶକଙ୍କୁ ପୁରା ମନୋରଞ୍ଜନ କରିବେ ପ୍ରତିଯୋଗୀ। ଏପର୍ଯ୍ୟନ୍ତ ନିର୍ମାତାମାନେ କିଛି ପ୍ରତିଯୋଗୀଙ୍କ ପ୍ରୋମୋ ରିଲିଜ୍ କରିଥିଲେ। ତେଣୁ ବାକି ନାମ ଗୁଡିକ ଶୋ’ର ଟେଲିକାଷ୍ଟ ସମୟରେ ପ୍ରକାଶ ପାଇଛି । ଟିଭିରେ ଦେଖାଯିବା ପୂର୍ବରୁ, ଆମେ ଆପଣଙ୍କୁ ଶୋ’ରେ ଅଂଶଗ୍ରହଣ କରିବାର ନିଶ୍ଚିତ ବିଷୟରେ କହିବୁ।

ସଲମାନଙ୍କ ଶୋ’ରେ ‘ଉତ୍ତରନ୍‌’ ଫେମ୍‌ ଟିନା ଦତ୍ତା ନଜର ଆସିବେ। ତାଙ୍କର ପ୍ରମୋ ରିଲିଜ୍ ହୋଇଛି । ଟିନା ଗତ କିଛି ବର୍ଷ ଧରି 'ବିଗ୍ ବସ୍'ରୁ ଅଫର୍ ଆସୁଥିଲା ଏବଂ ପ୍ରତ୍ୟେକ ଥର ଏହି ଶୋ’ରେ ଅଂଶଗ୍ରହଣ କରିବାର କଳ୍ପନାଜଳ୍ପନା ଚାଲିଥିଲା। ଶେଷରେ ସେ 'ବିଗ୍ ବସ୍ ୧୬'ରେ ନଜର ଆସିଛନ୍ତି।

ସଲମାନଙ୍କ ଶୋ’ରେ ‘ଛୋଟି ସରଦାନୀ’ ଖ୍ୟାତି ନିମ୍ରିତ କୌର ଅହଲୁୱାଲିଆ ମଧ୍ୟ ନଜର ଆସିବେ।  ପରବର୍ତ୍ତୀ ପ୍ରତିଯୋଗୀ 'ଇମଲି'ର ଫେମ୍‌ ସୁମ୍ବୁଲ୍ ତୌଉକିର୍ ।  ତାଜିକିସ୍ତାନର ଗାୟକ ଅବଦୁ ରୋଜିକ୍ ଏହି ଶୋ’ର ପ୍ରଥମ କନଫର୍ମ ପ୍ରତିଯୋଗୀ । ମଙ୍ଗଳବାର ନିଜେ ସଲମାନ ତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚିତ କରାଇଥିଲେ।

ବିଗ୍ ବସ୍ ୧୬ ରେ ଅଂଶଗ୍ରହଣ କରିଥିବା କନଫର୍ମ ପ୍ରତିଯୋଗୀଙ୍କ ତାଲିକା:

୧- ଟିନା ଦତ୍ତା

୨-ଅବଦୁଲ୍ ରୋଜିକ୍

୩- ନିମ୍ରିତ୍ କୌର ଅହଲୁୱାଲିଆ

୪- ଗୌତମ ଭିଗ୍

୫-MC ଷ୍ଟାନ୍

୬- ଅଙ୍କିତ ଗୁପ୍ତା ।

୭- ସମ୍ବୁଲ ତୌକିର

୮- ମାନିଆ ସିଂ

୯- ସୌନ୍ଦର୍ଯ୍ୟ ଶର୍ମା

୧୦- ଶାଲିନ୍ ଭନୋତ୍‌

୧୧- ଶ୍ରୀଜିତା ଦେ

୧୨- ଶିବ ଠାକରେ

୧୩- ପ୍ରିୟଙ୍କା ଚହର ଚୌଧୁରୀ

୧୪- ସାଜିଦ୍ ଖାନ୍

୧୫- ଗୋରି ନାଗୋରୀ

୧୬- ଅର୍ଚ୍ଚନା ଗୌତମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.