କାଶ୍ମୀର ପଣ୍ଡିତଙ୍କ ହତ୍ୟା ପ୍ରସଙ୍ଗ: ଦେଶରେ ‘ଦି କାଶ୍ମୀର ଫାଇଲ’ ଭଳି ଫିଲ୍ମ ହିଂସା ସୃଷ୍ଟି କରୁଛି, ଏହା ବନ୍ଦ ହେବା ଦରକାର ବୋଲି କହିଲେ ଫାରୁକ ଅବଦୁଲ୍ଲା
16/05/2022 at 9:52 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ବିରୋଧୀ ଦଳର ନେତାଙ୍କ ବୟାନ ଶୁଣିଲେ ଲାଗୁଛି କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା କେବଳ ‘ଦି କାଶ୍ମୀର ଫାଇଲ୍ସ’ ଫିଲ୍ମରେ ଅଟକି ଯାଇଛି। ଫିଲ୍ମକୁ ସମର୍ଥନ କରି ବଡ଼ କାମ କରିଛୁ ବୋଲି କହି କେନ୍ଦ୍ର ସରକାର ତୁଚ୍ଛାଟାରେ ବାହା ବାହା ନେଉଛନ୍ତି। ଏପଟେ ବିରୋଧୀ ନେତା ଫାରୁକ ଅବଦୁଲ୍ଲା କହୁଛନ୍ତି, ପଣ୍ଡିତଙ୍କ ଉପରେ ଆକ୍ରମଣ ପାଇଁ କୁଆଡ଼େ ଏହି ଫିଲ୍ମ ହିଁ ଦାୟୀ।
ଜାମ୍ମୁ-କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କା ଟାର୍ଗେଟ କିଲିଂ ଜାରି ରହିଛି। ଆତଙ୍କବାଦୀମାନେ କହୁଛନ୍ତି ଯେତେ ସୁରକ୍ଷା ନିଲେ ବି ଆମେ ବାଛି ବାଛି ମାରିବୁ। ମରିବା ପାଇଁ ପ୍ରସ୍ତୁତ ରହୁ। ଏପରି ସ୍ଥିତିରେ ପଣ୍ଡିତଙ୍କ ହତ୍ୟା ପାଇଁ ବିବେକ୍ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ୍କୁ ଦାୟୀ କରିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍ନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା।
୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ତିଆରି ହୋଇଛି କାଶ୍ମୀର ଫାଇଲ୍ ଫିଲ୍ମ। ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଦେଶର ଘୃଣା ସୃଷ୍ଟି କରୁଛି। ଏହା ବନ୍ଦ ହେବା ନିହାତି ଦରକାର ବୋଲି ପାରୁକ ଅବଦୁଲ୍ଲା କହିଛନ୍ତି। କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପ୍ରସଙ୍ଗରେ ଏଭଳି ବୟାନ ଦେଇଛନ୍ତି ଫାରୁକ ଅବଦୁଲ୍ଲା।
#WATCH We met LG Manoj Sinha to raise the issue of the law & order situation in J&K. During the meeting, I told him that the film 'The Kashmir Files' has given birth to hate in the country. Such things (films) should be banned: Dr Farooq Abdullah, National Conference pic.twitter.com/Z1BkoNijRO
— ANI (@ANI) May 16, 2022
ସେ କହିଛନ୍ତି ” ରବିବାର ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଶୟରେ ସ୍ୱର ଉଠାଇଛୁ। କେମିତି ଆଇନଶୃଙ୍ଖଳା ନଷ୍ଟ ହେଉଛି ସେ ବିଷୟରେ କହିଛୁ। ବୈଠକରେ ମୁଁ ତାଙ୍କୁ କହିଛି ଯେ ଦି କାଶ୍ମୀର ଫାଇଲ୍ସ ଦେଶରେ ଘୃଣା ତିଆରି କରୁଛି। କଣ ଜଣେ ମୁସଲମାନ ଜଣେ ହିନ୍ଦୁଙ୍କୁ ହତ୍ୟା କରି ତା ରକ୍ତରେ ଭାତରେ ମିଶାଇ ତା ପତ୍ନୀକୁ ଖାଇବାକୁ କହିପାରିବ? ଏଭଳି ଘଟଣା ବନ୍ଦ ହେବା ନିହାତି ଦରକାର।” ନ୍ୟାସ୍ନାଲ କନଫରେନ୍ସ ନେତା ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ମୁସଲାମଙ୍କ ପ୍ରତି ଯେଉଁ ଘୃଣାଭାବ ସୃଷ୍ଟି କରାଯାଉଛି ସେଥିରେ କାଶ୍ମୀରର ମୁସଲମାନ ଯୁବକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେଉଛି। ଯେଉଁ ମିଡିଆମାନେ ଏମିତି କରୁଛନ୍ତି ସେମାନଙ୍କୁ ବି ବନ୍ଦ କରାଯାଉ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।