ଭୁବନେଶ୍ବର ୨୫|୧: ଚିଟଫଣ୍ଡ ଠକେଇ ମାମଲାରେ ପୁଣି ଜଣଙ୍କୁ ଗିରଫ କରିଛି ସିବିଆଇ । ଭେଙ୍କେଟେଶ ଫିଲ୍ମସ୍ ପ୍ରାଇଭେଟ୍ କଂପାନୀର ନିର୍ଦ୍ଦେଶକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିକଟତର ଜଣାଯାଉଥିବା ଶ୍ରୀକାନ୍ତ ମୋହତଙ୍କୁ ଗିରଫ କରାଯାଇଛି ।
ଫିଲ୍ମ ପ୍ରଡକ୍ସନ୍ ନାଁରେ ପାଖାପାଖି ୨୪ କୋଟି ଟଙ୍କା ହେରଫେର କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା । ଏହି କଂପାନୀ ଚିଟ୍ ଫଣ୍ଡ ସଂସ୍ଥା ରୋଜ୍ ଭ୍ୟାଲି ଗ୍ରୁପ୍ ଅଧୀନରେ କାମ କରୁଥିଲା । ପଶ୍ଚିମବଙ୍ଗ, ଓଡିଶା, ଆସାମରୁ କଂପାନୀ ଫିଲ୍ମ ନିର୍ମାଣ ନାଁରେ ପାଖାପାଖି ୧୫ ହଜାର କୋଟି ଟଙ୍କା ଚିଟ୍ ଫଣ୍ଡ ସ୍କିମ୍ ରେ ସଂଗ୍ରହ କରିଥିଲା । ଗିରଫ ଶ୍ରୀକାନ୍ତ ମୋହତଙ୍କୁ ଆଜି ଭୁବନେଶ୍ବରର ସ୍ପେସାଲ୍ ସି.ଜେ.ଏମ୍ ସିବିଆଇଙ୍କ କୋର୍ଟରେ ହାଜର କରାଯିବ ।