ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶିବ କୁମାର ଖୁରାନାଙ୍କ ଦେହାନ୍ତ, ୭୦-୮୦ ଦଶକରେ ଦେଇଛନ୍ତି ଅନେକ ହିଟ୍‌ ଫିଲ୍ମ

Published By : Prameya-News7 Bureau | October 28, 2022 IST

ମୁମ୍ଵାଇ ୨୮।୧୦: ସିନେମା ଜଗତରୁ ଲଗାତାର ଦୁଃଖଦ ଖବର ସାମ୍ନାକୁ ଆସୁଛି। ୧୯୭୦-୮୦ ଦଶକରେ ଅନେକ ହିଟ୍‌ ଫିଲ୍ମ ନିର୍ମାଣ କରିଥିବା ଶିବ କୁମାର ଖୁରାନାଙ୍କ ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ସେ ଅଲବିଦା କହିଛନ୍ତି । ଅଧିକ ବୟସ ହୋଇଯାଇଥିବାରୁ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ବ୍ରହ୍ମାକୁମାରୀ ଗ୍ଲୋବାଲ ହସ୍ପିଟାଲରେ ଶିବ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ବିନ୍ଦୁ ଦାରା ସିଂ ମଧ୍ୟ ଏକ ଟୁଇଟ୍‌ରେ ଶିବ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେଲିବ୍ରେଟ୍ ତଥା ତାଙ୍କ ଫ୍ୟାନ୍ସ ସହ ଅନେକ ୟୁଜର୍ସମାନେ ସୋସିଆଲ ମିଡିଆରେ ଶିବ କୁମାର ଖୁରାନାଙ୍କୁ ମନେ ପକାଇଛନ୍ତି।୨୮ ଅକ୍ଟୋବର ଅର୍ଥାତ୍‌ ଆଜି ମୁମ୍ବାଇର ଗୁରୁଦ୍ୱାର ଶ୍ରୀ ଗୁରୁ ସିଂ ସଭାରେ ଶିବ କୁମାର ଖୁରାନାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳଚିତ୍ର ନିର୍ମାତା ଭାବେ ଶିବ କୁମାର ବେଶ୍‌ ଜଣାଶୁଣା ଥିଲେ। ସେ ଜଣେ ଭଲ ବ୍ୟକ୍ତିତ୍ଵ ଭାବରେ ପରିଚିତ। ନିର୍ମାତା ଭାବରେ ତାଙ୍କ କ୍ୟାରିୟର ପ୍ରାୟ ୩୫ ବର୍ଷ ଥିଲା । ୧୯୬୫ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ଟାର୍ଜନ ଏବଂ ସର୍କସ୍‌ । ଶେଷ ଫିଲ୍ମ ଥିଲା ଜାଲସାଜ୍‌ ।

କହିବାକୁ ଗଲେ ଶିବ କୁମାର ହେଉଛନ୍ତି ପ୍ରଥମ ନିର୍ମାତା ଯିଏ ବିନୋଦ ଖାନ୍ନାଙ୍କୁ ପ୍ରଥମ ଥର ପାଇଁ ଅଭିନେତା ହେବାର ସୁଯୋଗ ଦେଇଥିଲେ। ସେ କେବଳ ବିନୋଦ ଖାନ୍ନା ନୁହଁନ୍ତି ବିନ୍ଦୁ ଦାରା ସିଂ ମଧ୍ୟ ଶିବକୁମାରଙ୍କ ଫିଲ୍ମ ସହିତ ନିଜର ଆରମ୍ଭ କରିଥିଲେ। ସେ ତାଙ୍କ ଚଳଚିତ୍ରରେ ସମୟରେ ସମସ୍ତ କଳାକାରଙ୍କ ସୁଯୋଗ ଦେଇଥିଲେ । ଯେଉଁଥିରେ ଅଶୋକ କୁମାର, ସଞ୍ଜୀବ କୁମାର, ଫିରୋଜ୍‌ ଖାନ୍‌, ଶେଖ୍‌ ମୁଖତି, ହେଲେନ୍‌, ଆନନ୍ଦ ମୁଖର୍ଜୀ, ବିନୋଦ ମେହେରା, ଜରିନା ୱାହାବ, କମଲ ସାଦନ, କାଦର ଖାନ୍‌, ଅନୁପମ୍‌ ଖେର ସହ ବଡ ବଡ କଳାକାରଙ୍କ ନାମ ମଧ୍ୟ ସାମିଲ୍‌ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.