Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫିଲ୍ମରେ ଲିଡ୍‌ ରୋଲ୍ ଦେବି କହି ୨୦ ଲକ୍ଷ ଠକି ନେଲେ ନିର୍ଦ୍ଦେଶକ ପିୟୁଷ ଶାହ, ବାନ୍ଧିଲା ପୁଲିସ

1/06/2023 at 5:44 PM

କୋଲକାତା: ଫିଲ୍ମ କରିବେ ବୋଲି ଟଙ୍କା ନେଇଗଲେ, ହେଲେ ନା ଫିଲ୍ମ କଲେ ନା ଟଙ୍କା ଫେରାଇଲେ। ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ପଶ୍ଚିମବଙ୍ଗ ଫିଲ୍ମ ନିର୍ମାତା ପିୟୁଷ ଶାହ।

ବୁଧବାର(ମେ ୩୧)ରେ ଠକେଇ ଅଭିଯୋଗରେ କୋଲକାତା ପୁଲିସ ତାଙ୍କୁ ଗିରଫ କରିଛି। ଅକ୍ଷୟ ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ଅକ୍ଷୟଙ୍କ ଅଭିଯୋଗ ଅନୁସାରେ, ପିୟୁଷ ଫିଲ୍ମ କରିବାକୁ କହି ଅକ୍ଷୟଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଆଣିଥିଲେ। ମାସ ମାସ ବିତିଯାଇଥିଲେ ବି ସେ ଫିଲ୍ମ କରି ନଥିଲେ କିମ୍ବା ତାଙ୍କ ଟଙ୍କା ଫେରାଇ ନଥିଲେ। ଏଥିପାଇଁ ସେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ବୋଲି ଅକ୍ଷୟ ସୂଚନା ଦେଇଛନ୍ତି।

ଏନେଇ ଅକ୍ଷୟ କୋଲକାତାର ଯାଦବପୁର ଥାନାରେ ଅଭିଯୋଗ କରିବା ପରେ ମଧ୍ୟମଗ୍ରାମରୁ ଶାହଙ୍କୁ ଗିରଫ କରିଥିଲା ପୁଲିସ। ମିଳିଥିବା ସୂଚନା ଅନୁସାରେ କେବଳ ଅକ୍ଷୟ ନୁହଁନ୍ତି ଶାହ ଏହାପୂର୍ବରୁ ସମାନ ଢଙ୍ଗରେ ଏକାଧିକ ଲୋକଙ୍କୁ ଠକିଛନ୍ତି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Director Pijush Saha arrested on charges of fraud of 20 lakh

ପଢ଼ନ୍ତୁ –ଅନୁଭବଙ୍କୁ ବର୍ଷା ଟେନ୍‌ସନ: ହଇରାଣ ନ କରିବାକୁ ମାଆ ତାରିଣୀଙ୍କୁ ଯାଚିଲେ ୧୦୮ ନଡ଼ିଆ, ଲାଗୁଛି ଡାକ ଶୁଣିଲେନି ମା’

ଗତବର୍ଷ ନଭେମ୍ବର ମାସରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୨୦ ବି, ୪୨୦ ଓ ୪୦୬ରେ ପିୟୁଷଙ୍କ ବିରୋଧରେ ମାମଲା ହୋଇଥିଲା। ବୀରଭୂମର ଅକ୍ଷୟ ଗୁପ୍ତା ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ମାମଲା ହୋଇଥିଲା।

ପୁଲିସର ସୂଚନା ଅନୁସାରେ ଠକ ପିୟୁଷ ଶାହ ଅକ୍ଷୟଙ୍କୁ ଫିଲ୍ମ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦେବାର ଲୋଭ ଦେଖାଇ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ହେଲେ ଫିଲ୍ମରେ ମୁଖ୍ୟ ଭୂମିକା ତ ଦୂରର କଥା ଫିଲ୍ମ ବି ନିର୍ମାଣ କଲେନି ପିୟୁଷ। ଅକ୍ଷୟ ବାରମ୍ବାର ଟଙ୍କା ମାଗିବା ସତ୍ତ୍ୱେ ପିୟୁଷ ତାଙ୍କ କଥା ଶୁଣି ନଥିଲେ, କି ଟଙ୍କାଟିଏ ବି ଫେରାଇ ନଥିଲେ। ଏହାପର ଅକ୍ଷୟଙ୍କ ଅଭିଯୋଗ କ୍ରମେ ପୁଲିସ ଶାହଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରୁ ପୁଣି ତାଙ୍କୁ ଜୁନ ୬ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜକୁ ନିଆଯାଇଛି।   

Film director held for duping man of Rs 20 lakh | Kolkata News - Times of  India

  

   Related Posts