ମାଗାଜିନ୍‌ ଉପରେ ମିଥ୍ୟା ଅଭିଯୋଗ ଲଗାଇଥିଲେ କଙ୍ଗନା, ନୋମିନେସନ ଆୱାର୍ଡ ଫେରାଇ ନେଲା Filmfare

Published By : Prameya-News7 Bureau | August 22, 2022 IST

ମୁମ୍ଵାଇ ୨୨।୦୮: ଫିଲ୍ମ ଅପେକ୍ଷା କଣ୍ଟ୍ରୋଭର୍ସି ପାଇଁ ଚର୍ଚ୍ଚାରେ ଥାଆନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍। ନିକଟରେ କଙ୍ଗନାଙ୍କୁ ବଲିଉଡର ସବୁଠାରୁ ବଡ ପୁରସ୍କାର ମଧ୍ୟରୁ ଫିଲ୍ମଫେୟାର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ମନୋନୀତ କରାଯାଇଥିଲା । କଙ୍ଗନା ତାଙ୍କ ଫିଲ୍ମ 'ଥଲାଇଭା' ପାଇଁ ଏହି ନାମାଙ୍କନ ପାଇଥିଲେ। ହେଲେ କଙ୍ଗନା ଏକ ମାଗାଜିନ ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ କରିବା ଆରମ୍ଭ କରିଥିଲେ। ଯାହା ପରେ ମାଗାଜିନ୍‌ ଏକ ଲମ୍ବା ବିବୃତ୍ତି ଦେଇ କଙ୍ଗନାଙ୍କ ନୋମିନେସନ୍‌କୁ ପ୍ରତ୍ୟାହାର ତଥା ଫେରାଇ ନେଇଛି।

Kangana Ranaut to take legal action against Filmfare Awards for nominating  her for Thalaivii, latter withdraws her nomination with counter statement

କଙ୍ଗନାଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଫିଲ୍ମଫେୟାର ପୁରସ୍କାର ପ୍ରତିକ୍ରିୟାରେ କହିଛି ଯେ ଅଭିନେତ୍ରୀଙ୍କୁ ଆୱାର୍ଡ ଦିଆଯିବା ବିଷୟରେ କିମ୍ବା ଇଭେଣ୍ଟରେ କୌଣସି ପରଫମାନ୍ସ ପାଇଁ କୁହା ଯାଇନାହିଁ। ମାଗାଜିନ୍‌ ସେହି ମେସେଜ୍‌ ବି ପବ୍ଲିସ୍‌ କରିଛି କି ନୋମିନେସନ୍‌ ପାଇଁ କଙ୍ଗନାକୁ ପଠାଯାଇଥିବା ନେଇ କହିଛି। ମେସେଜ୍‌ରେ ଲେଖାଥିଲା, 'ନମସ୍କାର କଙ୍ଗନା, ଫିଲ୍ମଫେୟାର ପୁରସ୍କାରରେ ଆପଣଙ୍କ ନୋମିନେସ୍‌ ପାଇଁ ଅଭିନନ୍ଦନ । ସେଠାରେ ଉପସ୍ଥିତ ରହିବା ଅତ୍ୟନ୍ତ ଆନନ୍ଦଦାୟକ ହେବ, ଦୟାକରି ୩୦ ଅଗଷ୍ଟରେ ମୁମ୍ବାଇର BKC ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆପଣଙ୍କର ଉପସ୍ଥିତି ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ସିଟ୍‌ ରିଜର୍ଭ କରିବାରେ ସାହାଯ୍ୟ ମିଳିବ। ଦୟାକରି ଆମକୁ ଆପଣଙ୍କର ଘର ଠିକଣା ପଠାନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କୁ ନିମନ୍ତ୍ରଣ ପଠାଇ ପାରିବୁ। '

ପତ୍ରିକା ଏହାର ଲମ୍ବା ମେସେଜ୍‌ରେ ମଧ୍ୟ କହିଛି ଯେ କଙ୍ଗନା ରାଣାୱତଙ୍କ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ସେ କଙ୍ଗନାଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ସମସ୍ତ ଚଳଚ୍ଚିତ୍ର କଳାକାରଙ୍କ ସହ ଭାରତୀୟ ସିନେମା ସହିତ ସେଲିବ୍ରେଟ୍‌ କରିବାକୁ ଚାହୁଁଛନ୍ତି। ଫିଲ୍ମଫେୟାର ମଧ୍ୟ ଏହାର ବାର୍ତ୍ତାରେ ସ୍ପଷ୍ଟ କରିଛି ଯେ ସେମାନେ ଏହି ପୁରସ୍କାରରେ ସେହି ନମିନିଙ୍କୁ ପ୍ରଦାନ କରନ୍ତି, ଯିଏ ସେ କାର୍ଯ୍ୟରେ ଉପସ୍ଥିତ ଥାଉ କିମ୍ବା ନଥାଉ। କହିବାକୁ ଗଲେ କଙ୍ଗନା ୫ଟି ଫିଲ୍ମଫେୟାର ଆୱାର୍ଡ ଜିତି ସାରିଛନ୍ତି। ସେଥିମଧ୍ୟରୁ ସେ ୨ଟି ଆୱାର୍ଡ ପରଫମାନ୍ସରେ ବି ଉପସ୍ଥିତ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.