ଖୁବ ଶୀଘ୍ର ରାଜ୍ୟ ସରକାର ଆଣିବେ ସିନେମା ପଲିସି, ଓଡିଆ ଭାଷାକୁ ଦିଆଯିବ ଗୁରୁତ୍ୱ

Published By : Prameya-News7 Bureau | November 28, 2023 IST

ଭୁବନେଶ୍ୱର ୨୮।୧୧ : ରାଜ୍ୟ ସରକାର ଆଣିବେ ସିନେମା ପଲିସି । ମାର୍ଚ୍ଚ ସୁଦ୍ଧା ଆସିବ ନୂଆ ପଲିସି । ସିନେମା ପଲିସିର କରାଯିବ ସରଳୀକରଣ । ଓଡିଆ ଭାଷାର ସିନେମାକୁ ଦିଆଯିବ ଅଧିକ ଗୁରୁତ୍ୱ ବୋଲି ରାଜ୍ୟ ସରକାରଙ୍କ ଶହ ପ୍ରଯୋଜକ ସଂଘ ଓ ବରିଷ୍ଠ କଳାକାରମାନଙ୍କୁ ନେଇ ବସିଥିବା ବୈଠକରେ ନିଷ୍ପତି ହୋଇଛି ।

{"id":875789,"sizeSlug":"full","linkDestination":"none"}

ସେହିପରି ବନ୍ଦ ଥିବା ସିନେମା ହଲ କାର୍ଯ୍ୟକ୍ଷମ ଓ ନୂଆ ହଲ ପାଇଁ ସାହାଯ୍ୟ ଯୋଗାଇବେ ସରକାର । ବନ୍ଦ ଥିବା ସିନେମା ହଲକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ସହଯୋଗ ଦେବେ ସରକାର । ନୂଆ ସିନେମା ହଲ ନିର୍ମାଣ ପାଇଁ ମଧ୍ୟ ସରକାର ଦେବେ ପ୍ରୋତ୍ସାହନ । ପ୍ରୋତ୍ସାହନ ରାଶି ପାଇବା କ୍ଷେତ୍ରରେ ପ୍ରଯୋଜକଙ୍କ ପାଇଁ ହେବ ଅନଲାଇନ ଵ୍ୟଵସ୍ଥା । ଏହାସହିତ  ୨୦୨୪ ମାର୍ଚ୍ଚ ପୂର୍ବରୁ ଆସିବ ନୂଆ ସିନେମା ପଲିସି । ୨୦୧୯  ପଲିସିର ହେବ ସରଳୀକରଣ  । ଓଡିଆ ଭାଷାର ସିନେମା ନିର୍ମାଣ  ପ୍ରତି ଗୁରୁତ୍ୱ ଦିଆଯିବ । ଯେଉଁମାନେ ଭଲ କାହାଣୀର ଓଡିଆ  ସିନେମା ପ୍ରସ୍ତୁତ କରିବେ। ସେହି ପ୍ରଯୋଜକମାନଙ୍କୁ ସବସିଡି ମଧ୍ୟ ଯୋଗାଇ ଦିଆଯିବ ।

{"id":875790,"sizeSlug":"full","linkDestination":"none"}

ସେହିପରି  ଗ୍ରାମାଞ୍ଚଳରେ ସିଙ୍ଗଲ୍ ମଲ୍ଟିପ୍ଲେକ୍ସ  ନିର୍ମାଣ କରିବାକୁ ଦିଆଯିବ ଗୁରୁତ୍ୱ  । ଗାଁ ଗାଁରେ ମିଶନ୍ ଶକ୍ତି ମାଧ୍ୟମରେ ସିନେମାର ପ୍ରଚାର ପ୍ରସାର କରାଯିବ । ବିଗତ ତିନିରୁ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ପଖାପାଖି ୪୦ରୁ ଅଧିକ ସିନେମା ହଲ୍ ବନ୍ଦ ହୋଇସାରିଥିବା ବେଳେ ସେଗୁଡିକୁ ପୁନରୁଦ୍ଧାର କରାଯିବ । ଯେଉଁମାନେ ନୂଆ ସିନେମା ହଲ୍ ନିର୍ମାଣ କରିବେ , ସେମାନଙ୍କ ପାଇଁ ସବସିଡି ଦେବେ ସରକାର । ସିନେମା ପ୍ରଯୋଜକ, ଅଭିନେତା ଓ ଅଭିନେତ୍ରୀଙ୍କ ସହ ଆଲଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।

wp:embed {"url":"https://www.prameyanews7.com/pakistan-may-be-not-hosting-the-icc-champions-trophy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-may-be-not-hosting-the-icc-champions-trophy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.