ମହାରାଷ୍ଟ୍ରରେ ଫିଲ୍ମ 'ପଠାନ'କୁ ରିଲିଜ୍ କରିବାକୁ ଦିଆଯିବ ନାହିଁ, ବିଜେପି ନେତା କହିଲେ ନିର୍ମାତା ସ୍ପଷ୍ଟୀକରଣ ଦିଅନ୍ତୁ

Published By : Prameya-News7 Bureau | December 16, 2022 IST

ମୁମ୍ବାଇ: ଶାହାରୁଖ ଖାନ ଏବଂ ଦୀପିକା ପାଦ୍ୟୁକୋନଙ୍କ ଆଗାମୀ ଫିଲ୍ମ 'ପଠାନ'କୁ ନେଇ ବିବାଦ ତେଜିବାରେ ଲାଗିଛି। ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ଫିଲ୍ମର ଏକ ଗୀତ ବେସରମ ରଙ୍ଗରେ ଦୀପିକା ପିନ୍ଧିଥିବା ପୋଷାକର ରଙ୍ଗକୁ ନେଇ ମନ୍ତବ୍ୟ ଦେବା ପରେ ବିବାଦ ମୁଣ୍ଡ ଟେକିଛି। ସାମାଜିକ ଗଣମାଧ୍ୟମଠୁ ନେଇ ଅନେକ ସଂଗଠନ ଏବଂ ଅନେକ ସ୍ଥାନରେ ଫିଲ୍ମର ବହିଷ୍କାର ଦାବି ଉଠିଛି। ଏହି କ୍ରମରେ ମହାରାଷ୍ଟ୍ରର ବିଜେପି ନେତା ରାମ କଦମ କହିଛନ୍ତି, ଚଳଚ୍ଚିତ୍ର ନିର୍ମାତା ନିଜର ଆଭିମୁଖ୍ୟ ପ୍ରଥମ ସ୍ପଷ୍ଟ କରନ୍ତୁ। ସେ କହିଛନ୍ତି, ଯେଉଁ ଫିଲ୍ମ ଏବଂ ସିରିୟଲ ହିନ୍ଦୁତ୍ଵର ଭାବାବେଗକୁ ଆଘାତ ଦେବା ଭଳି କାମ କରୁଛି ଉକ୍ତ ଫିଲ୍ମର ରିଲିଜ୍ ମହାରାଷ୍ଟ୍ରରେ କରାଯିବ ନାହିଁ।

ସେ ପ୍ରଶ୍ନ କରିଛନ୍ତି ଯେ, ଫିଲ୍ମ ଜରିଆରେ ଶସ୍ତା ଲୋକପ୍ରିୟତା ଅର୍ଜନ କରାଯାଉଛି। ହୁଏତ ଫିଲ୍ମ  ଜରିଆରେ ଏଜେଣ୍ଡା କିମ୍ବା ଚକ୍ରାନ୍ତ କରାଯାଉଛି। ହିନ୍ଦୁ ସଂଗଠନ ଏପରିକି ସାମାଜିକ ଗଣମାଧ୍ୟମରେ ଫିଲ୍ମର ନିନ୍ଦା କରାଯାଉଛି। ଏହି ପ୍ରସଙ୍ଗରେ ନିର୍ମାତାଙ୍କ ନୈତିକ ଦାୟିତ୍ଵ ରହିଛି ଯେ, ଫିଲ୍ମକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ନେତା ରାମ କଦମ କହିଛନ୍ତି।

wp:html /wp:html

ରାମ କଦମ କହିଛନ୍ତି, ମହାରାଷ୍ଟ୍ରରେ ସରକାରରେ ଥିବା ବିଜେପି ହିନ୍ଦୁତ୍ଵ ଆଦର୍ଶକୁ ଅନୁସରଣ କରିଥାଏ। ଯେଉଁ ଫିଲ୍ମ କିମ୍ବା ସିରିୟଲ ହିନ୍ଦୁଙ୍କ ଭାବାବେଗକୁ ଅପମାନ କରୁଛନ୍ତି ସେହି ଫିଲ୍ମକୁ ରାଜ୍ୟର ରିଲିଜ୍ ହେବାକୁ ଦିଆଯିବ ନାହିଁ। ଗତ ବୁଧବାର ଇନ୍ଦୋରରେ ଅନେକ ସାମାଜିକକର୍ମୀ ବଲିଉଡ ଫିଲ୍ମ ପଠାନ ଏବଂ ତାର ଗୀତ ବେସରମ ରଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଶାହାରୁଖଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଫିଲ୍ମକୁ ନେଇ ବିରୋଧ ତୀବ୍ରତର ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.