ବାଗେଶ୍ଵର ବାବାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ, ନିର୍ମାତା କଲେ କନଫର୍ମ
24/05/2023 at 8:24 AM

ମୁମ୍ଵାଇ ୨୪।୦୫: ବର୍ତ୍ତମାନ ବାବା ବାଗେଶ୍ୱର ତଥା ଧିରେନ୍ଦ୍ର ଶାସ୍ତ୍ରୀ ଚର୍ଚ୍ଚାରେ ଅଛନ୍ତି। ଦିନକୁ ଦିନ ତାଙ୍କର ବଢୁଥିବା ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ସହ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ବି ବଢି ଚାଲିଛି। ଏଭଳି ପରିସ୍ଥିତିରେ ବିନୋଦ ତିୱାରୀ ‘ଦ ବାଗେଶ୍ୱର ସରକାର’ ନାମକ ଏକ ଚଳଚ୍ଚିତ୍ର ର୍ନିମାଣ କରିବାକୁ ପ୍ଲାନିଂ ନେଇଛନ୍ତି। ଯେଉଁଥିରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ କାହାଣୀ ଦର୍ଶାଯିବ । ଏହି ଫିଲ୍ମର ଆନାଉନ୍ସମେଣ୍ଟ ପରଠାରୁ ଚର୍ଚ୍ଚା ବଢିବାରେ ଲାଗିଛି।
ନୋଷ୍ଟ୍ରମ ଏଣ୍ଟରଟେନମେଣ୍ଟ ହବ ବ୍ୟାନରରେ ଏହି ଫିଲ୍ମ ବିଷୟରେ ଘୋଷଣା ସହ ପ୍ରଡକ୍ସନ ହାଉସ ନିଜେ ଟ୍ଵିଟ୍ କରି ପ୍ରକାଶ କରିଛି। ନୋଷ୍ଟ୍ରମ ଏଣ୍ଟରଟେନମେଣ୍ଟ ହବର ଟ୍ଵିଟରରୁ ବାବା ବାଗେଶ୍ୱରଙ୍କ ସହ ଫିଲ୍ମର ଏବଂ ନିର୍ଦ୍ଦେଶକଙ୍କ ଫଟୋ ସେୟାର କରି ଲେଖାଯାଇଛି – ଆକ୍ସନ କମେଡି ଫିଲ୍ମ ‘ତେରୀ ଭାବୀ ହୈ ପାଗଲ’ ଏବଂ ‘ଦି କନଭର୍ସନ’ର ସଫଳତା ପରେ ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଯାହାର ନାମ ‘ଦ ବାଗେଶ୍ୱର ସରକାର’।
କହିବାକୁ ଗଲେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଜଣେ ଚମତ୍କାର ଏବଂ ଇଶ୍ୱରୀୟ ବ୍ୟକ୍ତି ଭାବରେ ବିଚାର କରାଯାଉଛ। ଯେତେବେଳେ କି ତାଙ୍କୁ କେତେ ବିରୋଧ କରୁଛନ୍ତି ତ ଆଉ କିଛି ଲୋକ ତାଙ୍କ ଇଶ୍ୱରୀୟ ଶକ୍ତିର ଦାବି ଉପରେ ମଧ୍ୟ ପ୍ରଶ୍ନ କରୁଛନ୍ତି। ଏଭଳି ପରିସ୍ଥିତିରେ ବାବା ବାଗେଶ୍ୱର ଭକ୍ତଙ୍କ ପାଇଁ ଏକ ଖବର ଯେ ବର୍ତ୍ତମାନ ତାଙ୍କ ଜୀବନରେ ଏକ ଫିଲ୍ମ ନିର୍ମାଣ କରାଯାଉଛି। ବିନୋଦ ତିୱାରୀଙ୍କ ଅନୁଯାୟୀ ଫିଲ୍ମ ‘ବାଗେଶ୍ୱର ସରକାର’ କେବଳ ହିନ୍ଦୀରେ ନୁହେଁ ବରଂ ଅନ୍ୟାନ୍ୟ ଭାଷାରେ ନିର୍ମିତ ହେଉଛି। ନିର୍ଦ୍ଦେଶକ କହିଛନ୍ତି ଯେ ବାବା ବାଗେଶ୍ୱର ଦୁନିଆରେ ଯେତିକି ପ୍ରେମ ଏବଂ ସମ୍ମାନ ପାଉଛନ୍ତି, ତାଙ୍କ ପ୍ରଶଂସକ ଏବଂ ଭକ୍ତଙ୍କ ପ୍ରେମକୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।