ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସିନେମା ‘ବିଦ୍ୟାରାଣ’ର‌ ଅଡିଓ ରିଲିଜ୍, ଲିଡ୍‌ ରୋଲ୍‌ରେ ନଜର ଆସିବେ ଶିବାନୀଙ୍କ ସହ ବାବୁଶାନ୍

15/06/2022 at 12:20 PM

ଭୁବନେଶ୍ବର : ଓଲିଉଡର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ପଡିଛି ବାବୁଶାନ୍‌ଙ୍କ ବିଦ୍ୟାରଣ । ଆଉ ଏ ବିଦ୍ୟାରାଣ ଫିଟିବ ଏଥର ରଥଯାତ୍ରାରେ । ତଥ୍ୟ ପ୍ରଡକ୍ସନ୍ ପ୍ରସ୍ତୁତ କରିଛନ୍ତି ସିନେମା । ରଜ ଅବସରରେ ଭୁବନେଶ୍ବର ସ୍ଥିତ ହୋଟେଲ ଏମ୍ପାୟାର୍ସଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଧୁମ୍ ଧାମରେ ଅଡିଓ ଲୋକାର୍ପିତ ହୋଇଯାଇଛି । ରଥଯାତ୍ରା ଅବସରରେ ‘ବିଦ୍ୟାରାଣ’ ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି  ନିରଞ୍ଜନ ନାୟକ । କାହାଣୀ ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଜ୍ୟୋତି ଦାସ । ପୂର୍ବରୁ ଜ୍ୟୋତିଙ୍କ ସହିତ ଶିବାନୀ କାମ କରିସାରିଥିବା ବେଳେ ବାବୁସାନଙ୍କ ସହ ଏହା ପ୍ରଥମ ସିନେମା । ଏହାର ସଂଳାପ ଲେଖିଛନ୍ତି ବାପୁ ଗୋସ୍ଵାମୀ । ଗୀତ ରଚନା ନିର୍ମଳ ନାୟକ ଓ ବାପୁ ଗୋସ୍ଵାମୀ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ ଦେଇଛନ୍ତି । ଗୀତଗୁଡ଼ିକୁ ଗାଇଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ଵୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୌରବ ଏବଂ ହ୍ୟୁମାନ ସାଗର ।

ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ପ୍ରମୁଖ ଅଭିନୟ କରିଛନ୍ତି । ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗରେ ପରିପୂର୍ଣ୍ଣ ଏହି ସିନେମା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଅଡିଓ ଲୋକାର୍ପିତ ଉତ୍ସବରେ ‘ବିଦ୍ୟାରାଣ’ର ସମସ୍ତ କଳାକାର ଓ ଗୀତିକାର, ଗାୟକ ଓ ଗାୟିକା ଉପସ୍ଥିତ ଥିଲେ । ‘ବିଦ୍ୟାରାଣ’ର ସମସ୍ତ ଗୀତ ଏବଂ ଭିଡିଓ ଆମର ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିବ ।

   Related Posts