ଭୁବନେଶ୍ବର ସବ୍ ରେଜିଷ୍ଟାର ଅଫିସରେ ରେକ ତଳେ ଚାପି ହୋଇଗଲେ କର୍ମଚାରୀ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ୱର ୪/୯ : ଭୁବନେଶ୍ୱର କୋର୍ଟ ପରିସରରେ ଥିବା ଖଣ୍ଡଗିରି ଶାଖା ସବ୍ ରେଜିଷ୍ଟାର ଅଫିସରେ ଅଘଟଣ ଘଟିଛି | କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ମାଡି ବସିଲା ଫାଇଲ ରେକ | ଫାଇଲ ରେକ ମାଡି ବସିବାରୁ ଏଥିରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି | ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ | ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କନିଷ୍ଠ କିରାଣୀ ପ୍ରକାଶ ଆଚାର୍ଯ୍ୟ ଓ ଡାଟା ଏଣ୍ଟ୍ରି ଅପରେଟର ମିଥଲେସ ମାର୍ଥାଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେମାନଙ୍କର ଏକ୍ସ-ରେ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.