ରାଉରକେଲା ଗସ୍ତରେ ଯିବେ FIH TEAM, ବିଭିନ୍ନ କାର୍ଯ୍ୟର କରିବେ ସମୀକ୍ଷା

Published By : Prameya-News7 Bureau | September 07, 2022 IST

ରାଉରକେଲା ୦୭/୦୯: ଆଜି ରାଉରକେଲା ଗସ୍ତରେ ଯିବେ ଇଣ୍ଟରନାସନାଲ ହକି ଫଡ଼େ (ଏଫଆଇଏଚ)ର ଏକ ସ୍ୱତନ୍ତ୍ର ଟିମ । ଟିମ୍‌ରେ ଅଛି ଏଫ.ଆଇ.ଏଚ.ର କାର୍ଯ୍ୟକାରୀ ସଭାପତି ସହିଫ ଅହେମ୍ମଦ, ଏଫ.ଆଇ.ଏଚ ର ସିଇଓ ଥତ୍ଓବିରୀ ଓବେଲ, ହକି ଇଣ୍ଡିଆର ଦୁଇ କୋଚ ଏସ୍.ଓବାଇ କ୍ୱାରାସିସ୍ ଙ୍କ ସହ ଜାଫିର ଇକ୍‌ବାଲ ।

ଏମାନଙ୍କ ସହ ଅଛି ରାଜ୍ୟ ଇଡ଼କୋ ଅଧ୍ୟକ୍ଷ ହେମ ଶର୍ମା ରାଜ୍ୟ କ୍ରୀଡ଼। ସଚିବ ଭିନିଲ କ୍ରିର୍ଷ୍ଣାଙ୍କ ସହ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବହେରା । ୨୦୨୩ ରେ ରାଉରକେଲା ବୀର ବିର୍ଷାମୁଣ୍ଡା ହକି ଷ୍ଠାଡ଼ୟିମରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ୱକପ ।

ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲା ବିମାନ ଘାଟିରେ ସକାଳ ୧୦.୩୦ ମିନିଟରେ ଅବତରଣ କରିବା ପରେ ପ୍ରଥମେ ବିମାନ ଘାଟିର ସଂପ୍ରସାରଣ କାର୍ଯ୍ୟ ପରେ ବିପିୟୁଟି ପରିସରରେ ଦେଶର ବୃହତମ ନିର୍ମାଣଧୀନ ବୀର ବିର୍ଷାମୁଣ୍ଡା ହକି ଷ୍ଠାଡ଼ୟିମ, ଅଭ୍ୟାସ ପଡ଼ିଆ , ଜିମ୍ ସହ ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆକୋମଡ଼େସନ ପରିଦର୍ଶନ ସହ ତଦାରଖ କରି ସାରିବା ପରେ ଠିକ ଦିନ ୧୨ଟାରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.