ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭାରତୀୟ ହକି ଟିମ୍‌ର କମାଲ, FIH ପ୍ରୋ ଲିଗରେ ସ୍ପେନକୁ ୩-୧ରେ ହରାଇଲା ଭାରତ

7/11/2022 at 9:07 AM

ଭୁବନେଶ୍ୱର ୦୭।୧୧: କଳିଙ୍ଗ ଷ୍ଟାଡିୟମରେ ପୁଣି କମାଲ କଲା ଭାରତ । FIH ପ୍ରୋ ଲିଗ ହକିରେ ଭାରତର ରୋମାଞ୍ଚକର ବିଜୟ । ସୁଟ ଆଉଟରେ ସ୍ପେନକୁ ୩-୧ ରେ ପରାସ୍ତ କରିଛି ଭାରତ । ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍ ୨-୨ ଗୋଲରେ ବରାବର ସ୍ଥିତିରେ ଥିଲେ । ଯାହା ଫଳରେ ମ୍ୟାଚ ସୁଟଆଉଟ ସ୍ଥିତିକୁ ଯାଇଥିଲା । ସୁଟଆଉଟରେ କିନ୍ତୁ ଭାରତୀୟ ଖେଳାଳି ମାନେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ।

ତେବେ FIH ପ୍ରୋ ଲିଗ ହକିରେ ରବିବାର ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ଭାରତ ଆକର୍ଷଣୀୟ ଖେଳ ଜାରି ରଖିଥିଲା । ହେଲେ ସ୍ପେନ ପରେ କମବ୍ୟାକ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା । ରବିବାର ମ୍ୟାଚ ବିଜୟ ପରେ FIH ପ୍ରୋ ଲିଗ ଗ୍ରୁପ ଟପରେ ରହିଛି ଭାରତ । ବିଶ୍ୱକପ ପୂର୍ବରୁ ନିଜ ଘରୋଇ ମାଟିରେ ଭାରତ ସ୍ପେନକୁ ହରେଇବା ସହ ଆଗାମୀ ବିଶ୍ୱକପ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ହୋଇଛି ।

   Related Posts