କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠୁ ଏଫଆଇଏଚ ପୁରୁଷ ହକି ସିରିଜ୍ ଫାଇନାଲ୍ସ, ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା- ଆମେରିକା

Published By : Prameya-News7 Bureau | June 06, 2019 IST

ଭୁବନେଶ୍ବର ୬|୬: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ପୁଣି ଦେଖିବାକୁ ମିଳିବ ହକି ଫିଭର । ଆରମ୍ଭ ହେବ ଏଫଆଇଏଚ ମେନ୍ସ ହକି ସିରିଜ୍ ଫାଇନାଲ୍ । ଉଦଘାଟନୀ ମ୍ୟାଚରେ ସାଉଥ ଆଫ୍ରିକା ଓ ଆମେରିକା ମଧ୍ୟରେ ହେବ ଟକ୍କର । ସେହିପରି ସନ୍ଧ୍ୟାରେ ଋଷିଆକୁ ଭେଟିବ ଆୟୋଜକ ଭାରତ । ସବୁ ଦଳ ନୂଆ ଷ୍ଟ୍ରେଟେଜି ସହ ପଡିଆକୁ ଓହ୍ଲାଇବେ ନିଶ୍ଚିତ । ଜାପାନ ଆୟୋଜକ ଦେଶ ଭାବେ ଅଲିମ୍ପିକ ଖେଳିବାକୁ ଥିବା ବେଳେ ଅନ୍ୟ ୭ଟି ଦେଶ ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛନ୍ତି । ଜାପାନ ସହ ଟୁର୍ଣ୍ଣାମେଣ୍ଟର ଦୁଇଟି ବେଷ୍ଟ ଟିମ୍ ଅଲିମ୍ପିକ୍ସ ପାଇଁ କ୍ବାଲିଫାଏ କରିବେ । ମ୍ୟାଚ୍ ଦେଖିବା ପାଇଁ ଇଷ୍ଟ ଓ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ଥିବା ବେଳେ ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ପାଇଁ ଟିକେଟ୍ ମୂଲ୍ୟ ରହିଛି ୧୦୦ ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.