ପାଣି ଭିତରେ ଖାଇବାକୁ ଚେଷ୍ଟା କରୁଥିଲା କୁମ୍ଭୀର ଏମିତି ବର୍ତ୍ତିଲେ ଅଷ୍ଟ୍ରେଲୀୟ ବନ୍ୟପ୍ରାଣୀ ଅଧିକାରୀ

Published By : Prameya-News7 Bureau | November 18, 2019 IST

ପର୍ଥ - କଥାରେ ଅଛି ପାଣି ଭିତରେ କୁମ୍ଭୀର ସଙ୍ଗେ କଳି । ମାତ୍ର ଅନ୍ୟ ଏକ କଥା ଅଛି କୁମ୍ଭୀର ଆଖିରେ ଆଙ୍ଗୁଠି ଗେଞ୍ଜି ବଞ୍ଚିଯିବା । ଏହି କଥା ସତ ହୋଇଛି । ଅଷ୍ଟ୍ରେଲିଆରେ ଜଣେ ୫୪ ବର୍ଷିୟ ବନ୍ୟପ୍ରାଣୀ ଅଧିକାରୀ କ୍ରେଗ ଡକ୍‌ମ୍ୟାନ ମାଛ ମାରିବା ପାଇଁଯାଇଥିଲେ । ସେ ସଉକରେ ମାଛ ମାରୁଥିଲେ । ଏତିକି ବେଳେ ଗୋଟିଏ କୁମ୍ଭୀର ତାଙ୍କୁ ପାଣି ଭିତରେ ଖାଇବା ପାଇଁ ଚେଷ୍ଟା କରିଥିଲା ।

କ୍ରେଗ ଓ କମ୍ଭୀରଙ୍କ ମଧ୍ୟରେ ପାଣି ଭିତରେ ଲଢେଇ ହୋଇଥିଲା । ଜୀବନ ବଞ୍ଚାଇବା ପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । କୁମ୍ଭୀରଟି ବିଶାଳ ଆକାରର ଥିଲା । କ୍ରେଗ୍‌ କୁମ୍ଭୀର ଆଖିରେ ଆଙ୍ଗୁଠି ଗେଞ୍ଜି ଦେଇଥିଲେ । ପ୍ରାଣ ବିକଳରେ କୁମ୍ଭୀର କ୍ରେଗ୍‌ଙ୍କୁ ଛାଡି ପଳାଇଥିଲେ । କ୍ରେଗ ଜୀବନ ବିକଳରେ ପାଣି ବାହାରକୁ ଚାଲି ଆସିଥିଲେ ।

କ୍ରେଗଙ୍କର ହାତ ଓ ଗୋଡରୁ ମାଂସ ବାହାରିଯାଇଛି । ଗୁରୁତର ଅବସ୍ଥାରେ କ୍ରେଗଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଏହି ଘଟଣା ତାଙ୍କୁ ଜୀବନ ସାରା ମନେ ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.