ଏମଏସ ଧୋନୀ ଓ ରୋହିତ ଶର୍ମାଙ୍କ ପ୍ରଶଂସକ ମଧ୍ୟରେ ମାରପିଟ୍: କ୍ଷୁବ୍ଧ ସେହ୍ଵାଗ କହିଲେ, 'କ'ଣ କରୁଛ ପାଗଳମାନେ ?'

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ ଦୁଇ ବରିଷ୍ଠ ଖେଳାଳିଙ୍କ ପ୍ରଶଂସକଙ୍କ ପ୍ରତି ଖୁବ୍ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏହି ପ୍ରଶଂସକଙ୍କ କାମ ଦେଖି ସେହ୍ଵାଗ ସେମାନଙ୍କୁ ପାଗଳ ମଧ୍ୟ କହିଛନ୍ତି। ସେହ୍ଵାଗ ନିଜର ଟ୍ଵିଟର ଆକାଉଣ୍ଟର ଏକ ସ୍କ୍ରିନ ସଟ୍‌ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଏମଏସ ଧୋନୀ ଏବଂ ରୋହିତ ଶର୍ମାଙ୍କ ପ୍ରଶଂସକ ପରସ୍ପର ମଧ୍ୟରେ ବାଡାବାଡି ହୋଇଛନ୍ତି ଏବଂ ଜଣଙ୍କର ଆଖୁ ଖେତରେ ଯାଇ ପିଟାପିଟି ମଧ୍ୟ ହୋଇଛନ୍ତି।

ଖବର ଅନୁଯାୟୀ ପ୍ରଶଂସକଙ୍କ ଗୋଷ୍ଠୀ ନିଜ ନିଜର ହିରୋଙ୍କ ପୋଷ୍ଟକୁ ନେଇ ଉତ୍ସାହର ସହିତ ସଡକକୁ ଓହ୍ଲାଇଥିଲେ। ଧୋନୀଙ୍କ ପ୍ରଶଂସକ ତାଙ୍କ ସନ୍ନ୍ୟାସ ଖବର ପରେ ସଡକକୁ ଓହ୍ଲାଇଥିବା ବେଳେ ରୋହିତଙ୍କ ପ୍ରଶଂସକ ରୋହିତଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଚୟନ କରାଯିବାର ଉପଲବ୍ଧି ନେଇ ଉତ୍ସବ ପାଳନ କରୁଥିଲେ। ଏହା ମଧ୍ୟରେ କିଛି ଅଜଣା ବ୍ୟକ୍ତି ରୋହିତ ଶର୍ମାଙ୍କ ପୋଷ୍ଟ ଫାଡି ଦେଇଥିଲେ, ଯାହା ପରେ ଦୁଇ ପ୍ରଶଂସକ ପରସ୍ପର ମଧ୍ୟ ଝଗଡା ଆରମ୍ଭ ହୋଇଥିଲା।

wp:html /wp:html

ବୀରେନ୍ଦ୍ର ସେହ୍ଵାଗ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଖବରର ସ୍କ୍ରିନ ସଟ୍ ସେୟାର କରି ଲେଖିଛନ୍ତି କଣ କରୁଛନ୍ତି ପାଗଳମାନେ। ଖେଳାଳି ପରସ୍ପରର ଦିଓ୍ଵାନା ହୋଇଥାନ୍ତି ଏବଂ ସେମାନେ ଅଧିକ କଥା କୁହନ୍ତି ନାହିଁ, କାମ ପ୍ରତି ଅଧିକ ଯତ୍ନବାନ ଥାନ୍ତି। ମାତ୍ର କିଛି ପ୍ରଶଂସକ ଅଲଗା  ପ୍ରକାରର ପାଗଳ ହୋଇଥାନ୍ତି। ତେଣୁ ଝଗଡା ନକରି  ଟିମ ଇଣ୍ଡିଆକୁ ଏକ ଭାବି ଆଗକୁ ଚାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.