କୁନିଟେ କିନ୍ତୁ ଭାରି ସାହସୀ: ହାତୀକୁ ମଇଁଷି ଛୁଆର ଆକ୍ରମଣ, ଭିଡିଓ ଭାଇରାଲ
5/03/2020 at 5:42 PM

ନୂଆଦିଲ୍ଲୀ୫/୪: ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଯେଉଁଥିରେ ଗୋଟିଏ ହାତୀ ସହ ମଇଁଷି ଓ ତାର ଛୁଆ ଲଢ଼େଇ କରୁଛନ୍ତି। ଏହି ୧୭ ସେକେଣ୍ଡର ଭିଡିଓଟି ସୋସିଆଲ ସାଇଟ୍ ଟ୍ବିଟର, ଫେସ୍ବୁକ୍ ଓ ୟୁଟ୍ୟୁବ ମାଧ୍ୟରେ ଚାରିଆଡ଼େ ଖେଳି ଯାଇଛି। ବଡ଼ ମଇଁଷି ସହ ହାତୀର ଲଢ଼େଇ କରିବା ବେଳେ ଛୁଆ ମଇଁଷିଟି କିଭଳି ଭାବେ ହାତୀ ଆଡ଼କୁ ମାଡ଼ି ଯାଉଛି ତାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ହାତୀ ବି ମଇଁଷିର ଛୁଆଠୁ ଦୂରେଇ ଦୂରେଇ ପଛକୁ ଫେରି ଯାଉଛି। ଏଠି ମଇଁଷି ଛୁଆର ସାହସ ପ୍ରଂଶସା ଯୋଗ୍ୟ। ମାଆ ସହିତ ହାତୀର ଲଢ଼େଇ ହେଲେ ଛୁଅର ଆକ୍ରମଣ କରିବାର ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଯେଉଁ ଟ୍ବିଟ୍ରେ ଭିଡିଓ ପୋଷ୍ଟ ହୋଇଛି ତାର କ୍ୟାପସନ୍ ମଧ୍ୟ ରହିଛି। ସେହି କ୍ୟାପସନଟି ହେଲା, ଛୁଆ ମଇଁଷି ଆକ୍ରମଣରେ ହାତୀ କଣ କରିବ ଜାଣି ପାରୁ ନାହିଁ। ବହୁ କମ ସମୟରେ ମଧ୍ୟରେ ଏହି ଭିଡିଓଟିକୁ ୮୦ ହଜାର ଲୋକ ଦେଖି ସାରିଲେଣି। ଏବଂ ୬ ହଜାର ୮ ଶହ ୟୁଜର୍ସ ମଧ୍ୟ ଲାଇକ୍ ମାରିଛନ୍ତି।