ଫିଲ୍ମ ‘ଫାଇଟର’ର ଫାଷ୍ଟ ଲୁକ୍ ରିଲିଜ୍, ହ୍ରିତିକଙ୍କ ସହ ନଜର ଆସିବେ ଦୀପିକା
27/06/2023 at 12:01 PM

ମୁମ୍ବାଇ ୨୭।୦୬ : ଦୁଇ ବର୍ଷ ପରେ ବଡ଼ ପରଦାକୁ କମ୍ବ୍ୟାକ୍ କରୁଛନ୍ତି ହ୍ରିତିକ୍ ରୋଶନ । ଫିଲ୍ମ ଫାଇଟର ଜରିଆରେ ବି-ଟାଉନ୍ରେ ନିଜ ଜଲଓ୍ୱା ଦେଖାଇବେ ହ୍ରିତିକ ରୋଶନ । ଏହିକ୍ରମରେ ଫିଲ୍ମ ଫାଇଟରର ଫାଷ୍ଟ ଲୁକ୍ ଜାରି କରାଯାଇଛି । ହ୍ରିତିକ ରୋଶନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରିଛନ୍ତି ।
#Fighter #25Jan2024 #7MonthsToFighter pic.twitter.com/64p6n4C2h6
— Hrithik Roshan (@iHrithik) June 26, 2023
ଖବର ଅନୁଯାୟୀ, ୨୫୦ କୋଟି ଟଙ୍କାରେ ନିର୍ମିତ ଫାଇଟର ଫିଲ୍ମ । ଏହାର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦଙ୍କ ନିକଟରେ ରହିଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ । ଆଉ ହ୍ରିତିକ୍ଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ଜଲଓ୍ୱା ଦେଖାଇବେ ଦୀପିକା ପାଦୁକୋନ । ଏହାବ୍ୟତୀତ ଭେଟେରାନ ଆକ୍ଟର ଅନିଲ କପୁରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେହିପରି କରଣ ସିଂହ ଗ୍ରୋଭର ଏବଂ ପାର୍ଥ ସିଦ୍ଧପୁରାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
୨୦୨୨ ପରେ ହ୍ରିତିକ ରୋଶନଙ୍କ ଏହା ପ୍ରଥମ ଫିଲ୍ମ । ୨୦୨୨ରେ ଆସିଥିବା ସାଉଥ ରିମେକ୍ ଫିଲ୍ମ ବିକ୍ରମ ବେଧାରେ ନଜର ଆସିଥିଲେ । ଏହାପରଠାରୁ ଏବେ ଯାଏଁ ଆଉ କୌଣସି ଫିଲ୍ମ ଆସିନାହିଁ । ତେବେ ଫାଇଟର ଫିଲ୍ମର ରିଲିଜ୍ ଡେଟ୍ ଜାନୁଆରୀ ୨୫, ୨୦୨୪କୁ ରଖାଯାଇଛି । ଯାହାକି ହ୍ରିତିକ ରୋଶନଙ୍କ ବାର୍ଥ ଡେ ରହିଛି ।
ତେବେ ଦେଖିବାକୁ ବାକି ରହିଲା, ୨ ବର୍ଷ ପରେ ବଡ଼ ପରଦାକୁ ଫେରୁଥିବା ହ୍ରିତିକ ରୋଶନ ଜଲଓ୍ୱା ଦେଖାଉଛନ୍ତି ନା ଆଭରେଜ୍ ହୋଇ ରହିଯାଉଛି । ତାହା ସମୟ ହିଁ କହିବ ।