LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଧାୟକ ଓ ବାଚସ୍ପତିଙ୍କ ମଧ୍ୟରେ କଳି: ଆସନ୍ତା ମଙ୍ଗଳବାର ହେବ, ଏହି ମାମଲାର ଶୁଣାଣି

12/07/2019 at 3:01 PM

କର୍ଣ୍ଣାଟକ୧୨|୭: କର୍ଣ୍ଣାଟକ ସରକାରର ବିଧାୟକମାନେ ଦଳ ଛାଡ଼ି ବିଜେପିରେ ଯୋଗ ଦେବାରେ ଲାଗିଛନ୍ତି। ଶେଷରେ କର୍ଣ୍ଣାଟକ ସରକାର ସୁପ୍ରିମ କୋର୍ଟରେ ଘାଣ୍ଟି ଗୋଳେଇ ହେଉଛି। ସୁପ୍ରିମ କୋର୍ଟରେ ବିଧାୟକଙ୍କ ଇସ୍ତଫା ସମ୍ବନ୍ଧୀୟ କୌଣସି ପ୍ରମାଣ ପତ୍ର ଦାଖଲ ହୋଇ ନାହିଁ।

ତେଣୁ ବାଚସ୍ପତିଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତଗୀ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପୁଣି ବାଚସ୍ପତିଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂହଭି ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ସାମ୍ନାରେ ବିଧାୟକମାନେ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ସମୟର ଭିଡିଓ ପୁଟେଜ କୋର୍ଟରେ ଉପସ୍ଥାପନା କରିଥିଲେ। ଯେଉଁଥିରେ ବିଧାୟକଙ୍କ ଇସ୍ତଫା ଦାଖଲ ସମୟ​‌ରେ ବାଚସ୍ପତି ଅଫିସରେ ନଥିଲେ ବୋଲି ରେକର୍ଡ ହୋଇଛି।

ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଓକିଲ ପକ୍ଷ ରଖି ଦର୍ଶାଇଛନ୍ତି ଯେ, ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ବୋଲି କହିଛନ୍ତି। ବାଚସ୍ପତିଙ୍କ ନିୟମକୁ ବିଧାୟମାନେ ମାନିବା ଉଚିତ ବୋଲି  କୁମାରସ୍ବାମୀଙ୍କ ଓକିଲ କୋର୍ଟରେ ଦର୍ଶାଇଥିଲେ। ଆସନ୍ତା ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

   Related Posts