୫୭ ବର୍ଷର ସାର୍ବଜନୀନ ସୂର୍ଯ୍ୟପୂଜା ଅନୁଷ୍ଠିତ; ପୂଜା କଲେ ଶତାଧିକ ଶ୍ରଦ୍ଧାଳୁ

Published By : Prameya-News7 Bureau | January 01, 2023 IST

ବାରିପଦା ୦୧/୦୧: ୫୭ ବର୍ଷ ଧରି ବାରିପଦାରେ ଅନୁଷ୍ଠିତ ହେଉଛି ରାଜ୍ୟର ଏକମାତ୍ର ସାର୍ବଜନୀନ ସୂର୍ଯ୍ୟପୂଜା। ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟଙ୍କୁ ଆରାଧନା କରି ବ୍ୟାଧିମୁକ୍ତ ହୋଇଥିଲେ। ତେଣୁ ପରିବାର ଓ ସନ୍ତାନଙ୍କ ସୁସ୍ୱାସ୍ଥ୍ୟ କାମନା କରି ମାଆମାନେ କରି ଏହି ପୂଜା କରନ୍ତି। ରବିବାର ସକାଳ ୮ଟା ରେ ସ୍ଥାନୀୟ ବୁଢାରାଉଳ ମଠର ତ୍ରୀବେଣି ସଙ୍ଗମରୁ ଘଟ ଆସିବା ପରେ ଦିନସାରା ଭକ୍ତଙ୍କ ମାନସିକ ପୂଜା କରା ଯାଇଥିଲା।

ଲମ୍ବା ଧାଡ଼ିରେ ଭକ୍ତମାନେ ଭକ୍ତିର ସହିତ ସୂର୍ଯ୍ୟଙ୍କ ଆରାଧନା କରି ସେମାନଙ୍କ ପରିବାରର କଲ୍ୟାଣ କାମନା କରିଛନ୍ତି। ୫୭ ବର୍ଷଧରି ନୀରବଛିନ୍ନ ଭାବରେ ଏହି ପୂଜା ହୋଇଆସୁଅଛି। କେବଳ ବାରିପଦା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଆସି ଏଠାରେ ପୂଜାର୍ଚ୍ଚନା କରନ୍ତି ବୋଲି କହିଛନ୍ତି ପୂଜା କମିଟିର ଆୟୋଜକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.