Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଲ-ଶବାବ ଉଗ୍ରବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୫୪ ୟୁଗାଣ୍ଡା ସୈନିକ: ସୋମଲିଆ ଦେଲା ରିପୋର୍ଟ

4/06/2023 at 5:32 PM

ନୂଆଦିଲ୍ଲୀ, ୦୪/୦୬: ଗତ ସପ୍ତାହରେ ସୋମାଲିଆର ଏକ ସେନା ଶିବିର ଉପରକୁ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଛନ୍ତି ୫୪ ୟୁଗାଣ୍ଡା ସୈନିକ। ଏନେଇ ଶନିବାର ସୂଚନା ଦେଇଛନ୍ତି ୟୁଗାଣ୍ଡା ସରକାର । ଏକ ରିପୋର୍ଟ ଅନୁଯାୟୀ, ଗତ ଶୁକ୍ରବାର ମେ ୨୬ ତାରିଖରେ ବୁଲାମେରର ଥିବା ଏକ ସେନା ଶିବିରକୁ ଟାର୍ଗେଟ୍‌ କରିଥିଲେ ଅଲଶବାବ ଉଗ୍ରବାଦୀ। ବୁଲାମେରଠାରେ ଥିବା ଆଫ୍ରିକାନ୍‌ ୟୁନିୟନ ଟ୍ରାଞ୍ଜିସନ ମିଶନ ଇନ୍‌ ସୋମାଲିଆର (ATMIS)ର ବେସ୍‌ ଉପରକୁ ଏହି ଆକ୍ରମଣ ହୋଇଥିଲା। ବୁଲାମେର ସେମାଲିଆର ରାଜଧାନୀ ମୋଗାଦିସୁ ଠାରୁ ୧୩୦ କିମି ଦକ୍ଷିଣପୂର୍ବରେ ଅବସ୍ଥିତ।

ୟୁଗାଣ୍ଡା ରାଷ୍ଟ୍ରପତି ୟୋଓ୍ବେରୀ ମୁସେଭେନି କହିଛନ୍ତି ଯେ, ୟୁଗାଣ୍ଡା ପିପୁଲ୍ସ ଡିଫେନ୍ସ ଫୋର୍ସ (UPDF) ଏହି ବେସ୍‌କୁ ପୁଣି ଥରେ ନିଜ ଅକ୍ତିଆରକୁ ନେଇଛନ୍ତି। ତେବେ ପୂର୍ବରୁ ଗତ ସପ୍ତାହରେ ଏହି ଆକ୍ରମଣକୁ ନେଇ ମୁସେଭେନି କୌଣସି ଅଧିକ ତଥ୍ୟ ଦେଇନଥିବାବେଳେ କେବଳ କିଛି ଜରୁରୀ ପରିସ୍ଥିତି ଉପୁଜିଥିବାନେଇ କହିଥିଲେ। ମେ ୨୬ରେ ଆଟମିସ୍‌ ମଧ୍ୟ ଏକ ବିବୃତ୍ତିରେ କହିଥିଲା ଯେ, ଅଲ୍‌ଶବାବର ଏକ ବେସ୍‌କୁ ଆତ୍ମଘାତୀ ଆକ୍ରମଣକାରୀ ଆକ୍ରମଣ କରିଥିଲେ। କିନ୍ତୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଫଳରେ ସେମାନେ ପଛକୁ ହଟିଥିଲେ। ଉଗ୍ରବାଦୀମାନେ ସୋମାଲି ମିଲିଟାରୀ ସହ ସଂଲଗ୍ନ ଏକ ବେସ୍‌ ଉପରେ ମଧ୍ୟ ଆକ୍ରମଣ କରିଥିଲେ ବୋଲି କହିଥିଲେ ଲୋଅର ଶୋବେଲରେ ଜଣେ ଅଧିକାରୀ।

ଆହୁରି ପଢ଼ନ୍ତୁ: ଭାରତ ଆସୁଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥ ସିଂହଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ଅଷ୍ଟିନ୍

ସୋମାଲିଆ ସେନା ଏବଂ ଅଲ ଶବାବ ମଧ୍ୟରେ ସଂଘର୍ଷ ମଧ୍ୟରେ ୧୬ ମୃତ:

ATMIS ମିଲିଟାରୀ ବେସ୍‌ ଉପରେ ଆକ୍ରମଣର କିଛିଦିନ ପରେ ଅଲଶବାବ ଆଉ ଏକ ବେଶ୍ ମସାଗଓ୍ବା ଉପରେ ମଙ୍ଗଳବାର ଆକ୍ରମଣ କରିଥିଲା। ମେ ୩୦ରେ ହୋଇଥିବା ଆକ୍ରମଣରେ ୧୭ ଜଣକ ମୃତ୍ୟୁ ହୋଇଥିଲା। ଏନେଇ ଟ୍ବିଟ୍‌ କରି ସୋମାଲିଆ ସେନା ପକ୍ଷରୁ କୁହାଯାଇଥିଲେ ମଧ୍ୟ ଅଲଶବାବର ମୃତ୍ୟୁ ହୋଇଥିବା କହିଥିଲେ ବି କେତେଜଣ ନିପାତ ହୋଇଥିଲା ସେନେଇ କୌଣସି ସୂଚନା ଦେଇନାହିଁ।

ସୂଚନାଥାଉକି, ଅଲକାଏଦା ସହ ଜଡ଼ିତ ଅଲଶବାବ ୨୦୦୬ରୁ ସୋମାଲିଆର ସରକାରକୁ ହଟାଇ ନିଜର କଠୋର ଇସଲାମିକ୍‌ ସରିଆ ଆଇନ୍‌ ଲାଗୁ କରିବାକୁ ଚେଷ୍ଟା କରିଆସୁଛି। ଏହି ସଂଗଠନ ଅନେକ ହୋଟେଲ, ସେନା କ୍ୟାମ୍ପ୍‌ ଏବଂ ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଆସୁଛି।

ଆହୁରି ପଢ଼ନ୍ତୁ: ଦାଉଦ୍‌ ଇବ୍ରାହିମ୍‌ ନାଁରେ ସମୀର ୱାନ୍‌ଖଡେଙ୍କୁ ମିଳୁଛି ଧମକ, ଚିନ୍ତାରେ ଅଫିସରଙ୍କ ପତ୍ନୀ

   Related Posts