ସମୁଦ୍ରକୁ ଓହ୍ଲାଇଲା ସବ୍‌-ମରାଇନ୍‌ ଭଗୀର, କୋଲାବରୀ ଶ୍ରେଣୀର ସ୍କର୍ପିଆନ୍ ବୁଡ଼ାଜାହାଜ ନୌ-ସେନାରେ ସାମିଲ୍

Published By : Prameya-News7 Bureau | January 23, 2023 IST

ମୁମ୍ବାଇ: ବଢ଼ିଲା ନୌ-ସେନାର ଶକ୍ତି। ସମୁଦ୍ରରେ ସୌର୍ଯ୍ୟ ଦେଖାଇବ ସବ-ମରାଇନ୍‌ । ସୋମବାର ଭାରତୀୟ ନୌ-ସେନାରେ ସାମିଲ ହେଲା ସବ୍-ମରାଇନ୍ ଆଇଏନଏସ ଭଗୀର୍ । ନୌ-ସେନା ମୁଖ୍ୟ ଆଡମିରାଲ୍  ଆର୍ ହରିକୁମାର ଏହାର ଶୁଭାରମ୍ଭ କରିଛନ୍ତି । କୋଲାବରୀ ଶ୍ରେଣୀର ପଞ୍ଚମ ବୁଡ଼ାଜାହାଜ ଭଗୀର୍‌ର ଆଜି ଠାରୁ ପରିଚାଳନା ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ କୋଲାବରୀ ଶ୍ରେଣୀର ୪ଟି ସବ୍-ମରାଇନ୍ ଭାରତୀୟ ଜଳସେନାରେ ସାମିଲ ହୋଇସାରିଛି । ଏମଡିଏଲ ସବ-ମରାଇନକୁ ୨୦୨୨ ନଭେମ୍ବର ମାସରେ ନୌ-ସେନାକୁ ହସ୍ତାନ୍ତର କରିଥିଲା।

ସୂଚନା ମୁତାବକ, ମଝିଗାଁ ଡାକ ସିପବିଲ୍ଡର୍ସ ଲିମିଟେଡ୍ ମୁମ୍ବାଇର ମେସର୍ସ ଗ୍ରୁପ ଫ୍ରାନ୍ସ ସହାୟତାରେ ଏହାକୁ ତିଆରି କରିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଭାଗୀର’ ଅତି କମ୍ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହା ପୂର୍ବରୁ ଭଗୀର୍‌କୁ ୧୯୭୩ ମସିହାରେ ନୌ-ସେନାରେ ସାମିଲ କରାଯାଇଥିଲା । ୩୦ ବର୍ଷ କାର୍ଯ୍ୟକାଳରେ ଏହି ସବ-ମରାଇନ୍ ଅନେକ ମିଶନ୍ ସଫଳତାର ସହ ସମାପ୍ତ କରିଛି । ୨୦୦୧ରେ ଏହାକୁ ସେବା ନିବୃତ୍ତ କରାଯାଇଥିଲା । ତେବେ ପୂର୍ବ ନାଁରେ ପଞ୍ଚମ ବୁଡ଼ାଜାହାଜର ନାଁ ରଖାଯାଇଛି । ନୌ-ସେନା ପୁଣି ଥରେ ଆଇଏନଏସ ଭଗୀରକୁ ସାମିଲ୍ କରାଯାଇଛି ।

୨୪ ମାସ ଭିତରେ ୨ଟି ଘାତକ ସବ-ମରାଇନ୍ ଭାରତୀୟ ନୌ-ସେନାରେ ସାମିଲ ହୋଇଥିଲା । ଏବେ ପୁଣି ଆଉ ଗୋଟିଏ ସବ-ମରାଇନ୍ ଜଳସେନାକୁ ମିଳିଛି ।  ଦୁଇ ବର୍ଷ ସମୁଦ୍ରରେ ଟ୍ରାଏଲ୍ ପରେ ନାଭାଲ୍‌ରେ ସାମିଲ ହେଉଛି ଆଇଏନଏସ ଭଗୀର୍ । ପ୍ରୋଜେକ୍ଟ ୭୫ ମାଧ୍ୟମରେ କୋଲାବରୀ ଶ୍ରେଣୀର ୬ଟି ପନଡୁବି ତିଆରି ହେଉଥିବା ବେଳେ ଏଥି ମଧ୍ୟରୁ ୪ଟି ପୂର୍ବରୁ ସେନାକୁ ମିଳିଛି । ସୋମବାର ପଞ୍ଚମ ସବ୍‌-ମରାଇନ ସେବା ଆରମ୍ଭ କରିଛି ।   

ଏହି ବୁଡ଼ାଜାହାଜର ଲମ୍ବ ପ୍ରାୟ ୨୨୧ ଫୁଟ ରହିଥିବା ବେଳେ ଏହାର ଏକ ବିମ୍ ୨୦ ଫୁଟ ଏବଂ ଉଚ୍ଚତା ୪୦ ଫୁଟ  ରହିଛି । ସେଗୁଡିକ 4 MTU 12V 396 SE84 ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଳିତ  ।  ଏହା ବ୍ୟତୀତ ‘ଭାଗୀର’ରେ ୩୬୦ଟି ବ୍ୟାଟେରୀ ସେଲ୍ ଅଛି । ସମୁଦ୍ରରେ ଏହା ଘଣ୍ଟା ପ୍ରତି ୩୭ କିଲୋମିଟର ବେଗରେ ଗତି କରିଥାଏ । ଏହା ପାଣିରେ ୫୦ ଦିନ ପର୍ଯ୍ୟନ୍ତ ବିତାଇପାରେ ।  ଏହାର ସର୍ବାଧିକ ଗଭୀରତା ୩୫୦ ଫୁଟ ରହିଥିବା ବେଳେ ଏଥିରେ ୮ ଜଣ ସାମରିକ ଅଧିକାରୀ ଏବଂ ୩୫ ନାବିକ ନିୟୋଜିତ ହୋଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.