ନୂଆଦିଲ୍ଲୀ: ଦୁନିଆର ସର୍ବଶ୍ରେଷ୍ଠ ୩୨ ଟିମ୍ ଫିଫା ବିଶ୍ୱ କପ ୨୦୨୨ ଜିତିବା ପାଇଁ କତାରରେ ଲଢେଇ କରୁଛନ୍ତି । ଫୁଟବଲର ବଡ଼ ଷ୍ଟାର ଖେଳାଳି ଏହି ଟୁର୍ଣ୍ଣାମେଣ୍ଟର ରୋମାଞ୍ଚକୁ ଅଧିକ କରୁଛନ୍ତି । ଟିମର ଫ୍ୟାନ ଫୋଲୋଇଂ ପଛରେ ଏହି ଷ୍ଟାର ଖେଳାଳି ଏକ ବଡ଼ କାରଣ ଅଛନ୍ତି । କିନ୍ତୁ ଯେତେବେଳେ ଟିମ୍ ଗୁଡିକର ସବୁ ଖେଳାଳିଙ୍କ ମାର୍କେଟ ଭେଲ୍ୟୁ ଯୋଡା ଗଲା ତେବେ ପର୍ତ୍ତୁଗାଲ, ଅର୍ଜେଣ୍ଟିନା ଏବଂ ବ୍ରାଜିଲକୁ ପଛରେ ପକାଇ ଇଂଲଣ୍ଡର ସବୁଠୁ ଦାମୀ ଟିମ ହୋଇଛି ।
ଥ୍ରୀ ଲାୟନ୍ସ ନାଁରେ ପରିଚିତ ଇଂଲଣ୍ଡ ଟିମ ଗତ ବର୍ଷ ବିଶ୍ୱ କପ ସେମିଫାଇନାଲରେ ପହଞ୍ଚିଥିଲା ଏବଂ ଚଳିତ ଥର କପ ଜିତିବା ଆଶାରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇଛି । ଟ୍ରାନ୍ସଫର ମାର୍କେଟ ୱେବସାଟଇ ଅନୁସାରେ ହ୍ୟାରି କେନଙ୍କ ଟିମର ମାର୍କେଟ ଭେଲ୍ୟୁ ୧.୨୬ ବିଲିୟନ ୟୁରୋ । ଏହି ରାଶି ଫିଗର ଗ୍ରେନେଡା ପରି ଛୋଟ ଦେଶର ଜିଡିପି ସହ ସମାନ।
କତାର ବିଶ୍ୱ କପରେ ଭାଗ ନେଉଥିବା ତିନି ଲାଟିନ୍ ଆମେରିକୀୟ ଦେଶର ଟିମର ମାର୍କେଟ ଭେଲ୍ୟୁ ତାଲିକାର ଶୀର୍ଷ ୧୦ରେ ରହିଛି । ବ୍ରାଜିଲ ଟିମ ୧.୧ ବିଲିୟନ ୟୁରୋର ମାର୍କେଟ ଭେଲ୍ୟୁ ସହ ସବୁଠୁ ଉପରେ ରହିଛି । ଆର୍ଜେଣ୍ଟିନା ଟିମ୍ ତାଲିକାର ସପ୍ତମ ସ୍ଥାନରେ ଏବଂ ଉରୁଗୁଏ ଟିମ ୪୫୦ ମିଲିୟନ ୟୁରୋର ମାର୍କେଟ ଭେଲ୍ୟୁ ସହ ସବୁଠୁ ମହଙ୍ଗା ଟିମ ତାଲିକାର ଦଶମ ସ୍ଥାନରେ ରହିଛି ।
ଅଧିକ ମାର୍କେଟ ଭେଲ୍ୟୁ ଥିବା ଟିମ୍ (ମୂଲ୍ୟ ମିଲିୟନ ୟୁରୋରେ)
ଇଂଲଣ୍ଡ-୧୨୬୦
ବ୍ରାଜିଲ-୧୧୪୦
ଫ୍ରାନ୍ସ-୧୦୦୦
ପର୍ତ୍ତୁଗାଲ-୯୩୭
ସ୍ପେନ-୯୦୨
ଜର୍ମାନୀ-୮୮୬
ଆର୍ଜେଣ୍ଟିନା-୬୩୩
ନେଦରଲ୍ୟାଣ୍ଡ-୫୮୭
ବେଲଜିୟମ-୫୬୩
ଉରୁଗୁଏ-୪୫୦