କାମେରୁନ୍ ଉପରେ ଭାରି ପଡ଼ିଲା ସ୍ୱିଜରଲ୍ୟାଣ୍ଡର ଗେମ୍ ପ୍ଲାନ୍, ରୋମାଞ୍ଚକର ମୁକାବିଲାରେ ୧-୦ରେ ବିଜୟୀ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲା: ଫିଫା ବିଶ୍ୱ କପ ୨୦୨୨ରେ ସ୍ୱିଜରଲ୍ୟାଣ୍ଡ ୧-୦ରେ କାମେରୁନକୁ ପରାସ୍ତ କରିଛି । ପ୍ରଥମାର୍ଦ୍ଧରେ ଉଭୟ ଟିମ ସମାନ ସ୍ଥିତିରେ ଥିଲେ, କିନ୍ତୁ ଦ୍ୱିତୀୟାର୍ଦ୍ଧାରେ ସ୍ୱିଜରଲ୍ୟାଣ୍ଡ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବିଜୟ ନିଜ ନାଁରେ କରିଥିଲା । ମ୍ୟାଚର ୧୫ ମିନିଟରେ କାମେରୁନ ଟିମ୍ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । କିନ୍ତୁ ପରେ ଟିମର ଖେଳ ଧିମେଇ ଯାଇଥିଲା ।

ମ୍ୟାଚର ୧୦ମ ମିନିଟରେ କାମେରୁନର ବ୍ରାୟ ବ୍ୟେମୁ, ମାର୍ଟିନ ହୋଙ୍ଗଲାଙ୍କ ଆସିଷ୍ଟରେ ଗୋଲ ପୋଷ୍ଟ ଆଡକୁ ଏକ ସର୍ଟ ମାରିଥିଲେ, କିନ୍ତୁ ଏହାକୁ ଗୋଲ କିପର ଅଟକାଇବାରେ ସଫଳ ହୋଇଥିଲେ । ଏହାର କିଛି ସମୟ ପରେ କାମେରୁନ ଅଧିକ ଆକ୍ରମଣାତ୍ମକ ଆଟାକ୍ କରିଥିଲା, କିନ୍ତୁ ଏହାକୁ ମଧ୍ୟ ଅଟକାଇବାରେ ସ୍ୱିଜରଲ୍ୟାଣ୍ଡ ସଫଳ ହୋଇଥିଲା । ମ୍ୟାଚର ୨୬ମ ମିନିଟରେ କାମେରୁନ ଟିମ ଗୋଲ ପୋଷ୍ଟ ନିକଟରେ ପହଞ୍ଚିଥିଲା, କିନ୍ତୁ ଗୋଲ କରିବାରେ ସଫଳ ହୋଇ ନଥିଲା । ମ୍ୟାଚର ୪୦ମ ମିନିଟରେ ସ୍ୱିଜରଲ୍ୟାଣ୍ଡ ଟିମ୍ ପ୍ରଥମ ଥର ଗୋଲ ନିକଟରେ ପହଞ୍ଚିଥିଲା, କିନ୍ତୁ ଏହାକୁ ଭେଦିବାରେ ବିଫଳ ହୋଇଥିଲା । ମ୍ୟାଚର ପ୍ରଥମାର୍ଦ୍ଧ ୦-୦ରେ ରହିଥିଲା ।

ମ୍ୟାଚର ଦ୍ୱିତୀୟାର୍ଦ୍ଧର ତୃତୀୟ ମିନିଟରେ ହିଁ ସ୍ୱିଜରଲ୍ୟାଣ୍ଡ ଲିଡ୍ ହାସଲ କରିଥିଲା । ଜେର୍ଦନ ଶକିରୀଙ୍କ ଆସିଷ୍ଟରେ ବ୍ରିଲ ଏମ୍ୱୋଲୋ ଏକ ଚମତ୍କାର ଗୋଲ କରି ନିଜ ଟିମକୁ ମ୍ୟାଚରେ ଲିଡ୍ ଦେଇଥିଲେ । ଏହାପରେ ମ୍ୟାଚରେ ବରାବର କରିବା ପାଇଁ କାମେରୁନ ପ୍ରୟାସ କରିଥିଲା, କିନ୍ତୁ ସଫଳ ହୋଇପାରି ନଥିଲା । ଲଗାତାର ସଂଘର୍ଷ ପରେ ବି କାମେରୁନ ଗୋଲ କରିପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.