ଫିଫା ବିଶ୍ଵକପ୍: ଆଜି ଦ୍ଵିତୀୟ ସେମିଫାଇନାଲ୍, ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଏବଂ ମରକ୍କୋ ମଧ୍ୟରେ ମୁକାବିଲା
14/12/2022 at 7:59 PM

ଭୁବନେଶ୍ଵର: ଆଜି ଫିଫା ବିଶ୍ବକପରେ ଖେଳାଯିବ ଦ୍ବିତୀୟ ସେମିଫାଇନାଲ୍ । ଗତଥର ଚାମ୍ପିଅନ୍ ଫ୍ରାନ୍ସ ଓ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିକୁ ଯାଇଥିବା ମରକ୍କୋ ମଧ୍ୟରେ ହେବ ଫାଇଟ୍ । ଭାରତୀୟ ସମୟ ରାତି ସାଢେ ୧୨ ଟାରେ ଖେଳାଯିବ ଏହି ମ୍ୟାଚ୍ । କାଲି ଖେଳାଯାଇଥିବା ପ୍ରଥମ ସେମିରେ ଆର୍ଜେଣ୍ଟିନା ୩-୦ ଗୋଲ୍ରେ କ୍ରୋଏସିଆକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପହଞ୍ଚିଛି।
ଆର୍ଜେଣ୍ଟିନ୍ ସହ ଫିଫା ବିଶ୍ବକପ୍ ଟ୍ରଫି ପାଇଁ କିଏ କରିବ ଲଢେଇ ? ଆର୍ଜେଣ୍ଟିନା ସହ କିଏ ଖେଳିବ ଫାଇନାଲ୍ ? ପ୍ରଥମ ସେମିରେ କ୍ରୋଏସିଆକୁ ୩-୦ ଗୋଲ୍ରେ ହରାଇ ଆର୍ଜେଣ୍ଟିନା ପ୍ରଥମ ଟିମ୍ ଭାବେ ବିଶ୍ବକପ୍ ଫାଇନାଲ୍ରେ ପହଞ୍ଚିଛି । ରାତି ସାଢେ ୧୨ ଟାରେ ଖେଳାଯିବ ଦ୍ବିତୀୟ ସେମିଫାଇନାଲ୍ । ଗତ ଥରର ଚାମ୍ପିଅନ୍ ଫ୍ରାନ୍ସ ସହ ମରକ୍କୋର ହେବ ମୁକାବିଲା । ପର୍ତୁଗାଲ୍କୁ ହରାଇ ମରକ୍କୋ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଏହି ଦଳ ବିପକ୍ଷରେ କେହି ବି ଏପର୍ଯ୍ୟନ୍ତ ଗୋଟିଏ ହେଲେ ଗୋଲ୍ ଦେଇପାରିନାହାନ୍ତି। ଗ୍ରୁପ୍ ପର୍ଯ୍ୟାୟରେ କ୍ରୋଏସିଆ ସହ ଅମୀମାଂସିତ, ବେଲଜିୟମ୍ ବିପକ୍ଷରେ ୨-୦ରେ ବିଜୟ, କାନାଡ଼ା ବିପକ୍ଷରେ ୨-୧ରେ ଜିତି ଗ୍ରୁପ୍ ବିଜେତା ଭାବେ ମରକ୍କୋ ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲା। କାନାଡ଼ା ସହିତ ଆତ୍ମଘାତୀ ଗୋଲ୍ ବଳରେ ମରକ୍କୋ ମାତ୍ର ଗୋଟିଏ ଗୋଲ୍ ବରଣ କରିଛି। ତେଣୁ ସେମିଫାଇନାଲ୍ରେ ପ୍ରଥମ ଆବିର୍ଭାବ ହୋଇଥିଲେ ସୁଦ୍ଧା ଫ୍ରାନ୍ସ ଏହି ଦଳକୁ ସହଜ ଭାବେ ଗ୍ରହଣ କରିବନି। ମରକ୍କୋର ଡିଫେନସ୍ ଏକଦମ୍ ଷ୍ଟ୍ରଙ୍ଗ। ତେଣୁ ତାକୁ ଭେଦ କରିବା ଫ୍ରାନ୍ସ ପାଇଁ ଏତେଟା ସହଜ ହେବନି ।
ଅନ୍ୟପକ୍ଷରେ ଫ୍ରାନ୍ସ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଓ ଡେନମାର୍କକୁ ହରାଇଥିଲା ବେଳେ ଟ୍ୟୁନିସିଆଠୁ ୦-୧ ଗୋଲ୍ରେ ପରାସ୍ତ ସତ୍ତ୍ବେ ପ୍ରି-କ୍ବାଟରକୁ ଉଠିଥିଲା। ଏହି ପର୍ଯ୍ୟାୟରେ ପୋଲାଣ୍ଡକୁ ୩-୧ ଗୋଲ୍ରେ ହରାଇ ଦଳ କ୍ବାର୍ଟରଫାଇନାଲରେ ପହଞ୍ଚିଥିଲା। ପରେ ଇଂଲଣ୍ଡକୁ ୨-୧ ଗୋଲ୍ରେ ପରାସ୍ତ କରି ସେମିରେ ପହଞ୍ଚିଛି ଦଳ । ତେଣୁ ଆଜିର ମ୍ୟାଚ୍ ଜିତି ଗତଥରର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି ଫ୍ରାନ୍ସ। ପୂର୍ବରୁ ଏହି ଦୁଇ ଦଳଙ୍କ ମଧ୍ୟରେ ୫ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି। ସେଥିରୁ ଫ୍ରାନ୍ସ ୩ ଓ ମରକ୍କୋ ଗୋଟିଏରେ ବିଜୟୀ ହୋଇଛି ।
ଏମ୍ବାପେ, ଗିରୋଡ, ଆଣ୍ଟୋନି ଗ୍ରିଜ୍ମାନ୍, ଓସ୍ମାନେ ଡେମ୍ବେଲେଙ୍କ ଭଳି ଖେଳାଳିଙ୍କୁ ନେଇ ଫ୍ରାନ୍ସ ଭଲ ପ୍ରଦର୍ଶନ କରି ଆସୁଛି । ତେଣୁ ଏମାନଙ୍କୁ ରୋକିବା ପାଇଁ ମରକ୍କୋ ରଣନୀତି ପ୍ରସ୍ତୁତ କରିଛି। ସେପଟେ ମରକ୍କୋର ରୋମେନ୍ ସଇସ୍ ଓ ନୟେଫ୍ ଅଗୁଏର୍ଡଙ୍କ ଫିଟନେସ୍ ନେଇ ଦଳ ଟିକେ ଚିନ୍ତାରେ ରହିଛି। ତେବେ ଡିଫେଣ୍ଡର ହକିମ୍ ଫରୱାର୍ଡ ହମ୍ଦଲ୍ଲା , ନେସରୀ ଆଦିଙ୍କୁ ନେଇ ଦଳ ଫ୍ରାନସକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ଅଛି ।
ସେପଟେ ଗତକାଲି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ଆର୍ଜେଣ୍ଟିନାକୁ ଏକ ତରଫା ଭାବେ ୩-୦ ଗୋଲ୍ରେ କ୍ରୋଏସିଆଙ୍କୁ ପରାସ୍ତ କରିଛି । ମେସି ପଞ୍ଚମ ଗୋଲ୍ ସହ ଗୋଲ୍ଡେନ୍ ବୁଟ୍ ନିକଟତର ହୋଇଛନ୍ତି। ଏହି ମ୍ୟାଚ୍ରେ ଆରମ୍ଭରୁ ସମସ୍ତଙ୍କ ନଜର ମେସିଙ୍କ ଉପରେ ରହିଥିଲା। ତେବେ ୩୪ତମ ମିନିଟ୍ରେ ଆର୍ଜେଣ୍ଟିନାକୁ ପେନାଲ୍ଟି ଜରିଆରେ ପ୍ରଥମ ଗୋଲ୍ ମିଳିଥିଲା। ଏହାପରେ ୩୯ ତମ୍ ଓ ୭୧ ତମ ମିନିଟ୍ରେ ଆଲଭାରେଜ୍ ୨ ଟି ଗୋଲ୍ ଦେଇ ଆର୍ଜେଣ୍ଟିନାର ଫାଇନାଲ ଦୌଡକୁ ପକ୍କା କରିଦେଇଥିଲେ । ସେପଟେ ଏହି ପରାଜୟ ପରେ କ୍ରୋଏସିଆ ଶନିବାର ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ।