scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳିଙ୍ଗରେ ‘ଫିଫା’ ବିଶ୍ବକପ୍ ଯୋଗ୍ୟତା ମ୍ୟାଚ୍, କତାରକୁ ଭେଟିବ ବ୍ଲୁ ଟାଇଗର୍ସ ଭାରତ

21/11/2023 at 10:23 AM

ଭୁବନେଶ୍ୱର, ୨୦।୧୧: କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ୍ ଯୋଗ୍ୟତା ମ୍ୟାଚ୍ । ମଙ୍ଗଳବାର ସଂଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ । ମୁହାଁମୁହିଁ ହେବେ ଘରୋଇ ବ୍ଲୁ ଟାଇଗର୍ସ ଭାରତ ଓ କତାର ।  ତେବେ ମ୍ୟାଚ୍ ଦେଖିବାକୁ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଫିଫା ବିଶ୍ୱକପ୍‌  ୨୦୨୬/ଏଏଫ୍‌ସି ଏସିଆ କପ୍‌ ୨୦୨୭ ଯୋଗ୍ୟତା  ପର୍ଯ୍ୟାୟ ଗ୍ରୁପ୍‌ ଏ’ର ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏସିଆରେ କତାର ଏକ ଶକ୍ତିଶାଳୀ ଦଳ । ଫିଫା ମାନ୍ୟତାରେ ୬୧ତମ ସ୍ଥାନରେ ରହିଛି । ଗତ ବିଶ୍ବକପ ଆୟୋଜକ ଟିମ୍ ଥିଲା କତାର । କିନ୍ତୁ  ଆୟୋଜକ ଦଳ ଭାବେ ସେମିତି ଭଲ ପ୍ରଦର୍ଶନ  କରିପାରି ନଥିଲା । ଗ୍ରୁପ୍‌ ଏ’ର ସମସ୍ତ ୩ଟି  ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ତଥାପି ଭାରତଠୁ କତାର ବହୁ ଉନ୍ନତ ଦଳ । କ୍ଷୀପ୍ରତା  ଏବଂ ସାମର୍ଥ୍ୟରେ ସେମାନେ ବହୁ ଊଦ୍ଧ୍ୱର୍ରେ ।  ରକ୍ଷଣାତ୍ମକ ଏବଂ ଆକ୍ରମଣାତ୍ମକ ଦିଗ ମଧ୍ୟ ଅତି  ଉନ୍ନତ ରହିଛି ।

ଗ୍ରୁପ୍‌ର ପ୍ରଥମ ମ୍ୟାଚ୍‌ରେ କତାର  ୮-୧ରେ ଆଫଗାନିସ୍ତାନକୁ ହରାଇଥିଲା ।  ଭାରତ ମଧ୍ୟ ତା’ର ପ୍ରଥମ ମ୍ୟାଚ୍‌ ଜିତିଛି ।  କୁଏତକୁ ତା’ର ଘରୋଇ ଗ୍ରାଉଣ୍ଡରେ ୧-୦  ଗୋଲରେ ହରାଇଥିଲା । ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ଦଳ ଅପରାଜେୟ ରହିଛି । କତାର ଓ ଭାରତ ପୂର୍ବରୁ ଫିଫା ବିଶ୍ୱକପ୍‌  ଯୋଗ୍ୟତା ପର୍ଯ୍ୟାୟରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ୧୯୯୬ (୬-୦) ଓ ୨୦୨୧ (୧-୦) ରେ କତାର ବିଜୟୀ ହୋଇଥିଲା । ୨୦୧୯ରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର’  ରହିଥିଲା । ତଥାପି ଏହି ବଡ଼ ମୁକାବିଲା ପାଇଁ  ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଭାରତୀୟ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ  କହିଛନ୍ତି, ‘ଏହା ଏମିତି ଏକ ମ୍ୟାଚ୍‌ ଯେଉଁ ଥିରେ ଆମର କିଛି ହରାଇବାର ନାହିଁ, ବରଂ ବହୁତ କିଛି  ଜିତିବାର ଅଛି । ଆମେ ଆମର ସାମର୍ଥ୍ୟ ଅନୁସାରେ  ପ୍ରଦର୍ଶନ କରିବୁ । ଆମ ପାଇଁ ସବୁଠୁ ବଡ଼ କଥା ହେଉଛି ୯୦ ମିନିଟରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଅଛି ।’ ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁ କହିଛନ୍ତି,  ‘ବହୁତ କିଛି ଚିନ୍ତା କରୁନୁ, ଭଲ ଅଭ୍ୟାସ କରିଛୁ  ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ ।’

କଳିଙ୍ଗରେ ଭାରତ ଅପରାଜେୟ ରହିଛି । ଗତ ଜୁନ ମାସରେ ଭାରତୀୟ ସିନିୟର ଦଳ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଖେଳିଥିଲା । ଲେବାନନ, ଭାନୁଆଟୁ ଓ ମଙ୍ଗୋଲିଆ  ଏଥିରେ ସାମିଲ ହୋଇଥିଲେ । ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ୨-୦ରେ ମଙ୍ଗୋଲିଆକୁ,  ୧-୦ରେ ଭାନୁଆଟୁକୁ ଏବଂ ଲେବାନନ ସହ  ଗୋଲଶୂନ୍ୟ ଡ୍ର’ ରଖିଥିଲା । ପୁଣି ଟେବୁଲର ୨ ଶୀର୍ଷ ଦଳ ଲେବାନନ ଓ ଭାରତ ଫାଇନାଲ ଖେଳିଥିଲେ । ଭାରତ ୨-୦ ଗୋଲରେ ବିଜୟୀ  ହୋଇ ଟ୍ରଫି ହାସଲ କରିଥିଲା ।  ପଡ଼ିଆରେ ଶ୍ରେଷ୍ଠ  ପ୍ରଦର୍ଶନ କରିବା ଆମର  ଲକ୍ଷ୍ୟ: କାର୍ଲୋସ କତାର ଦଳ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛି । କିନ୍ତୁ ଦଳର ମୁଖ୍ୟ କୋଚ୍‌ କାର୍ଲୋସ  କ୍ୟୁଏରିରୋଜ ଦ୍ୱିତୀୟ ଥର ଆସିଛନ୍ତି । ୨୦୧୫ରେ  ଇରାନ କୋଚ୍‌ ଥିବାବେଳେ ବେଙ୍ଗାଲୁରୁ ଆସିଥିଲେ ।  ସେ କହିଛନ୍ତି, ‘ଭାରତ ଆସି ବହୁତ ଖୁସି ଲାଗୁଛି ।

   Related Posts