ମେସିଙ୍କ ସହ ପାଟିତୁଣ୍ଡ କରିଥିବା ରେଫରୀଙ୍କୁ ବିଦା କଲା ଫିଫା, ଭାରି ପଡିଲା ୧୫ କାର୍ଡ

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ: ଫିଫା ବିଶ୍ୱ କପ ୨୦୨୨ର ସବୁଠୁ ବିବାଦୀୟ ରେଫରୀ ଆଣ୍ଟୋନିଓ ମାତେଓ ଲାହୋଜଙ୍କୁ ଫିଫା ବାହାର ରାସ୍ତା ଦେଖାଇଛି । ବଳକା ମ୍ୟାଚରେ ତାଙ୍କୁ ଆଉ ଦେଖିବାକୁ ମିଳିବନି । ଫିଫା ବିଶ୍ୱ କପ ସେମିଫାଇନାଲ ଏବଂ ଫାଇନାଲରେ ରେଫରୀ ହେବା ସମସ୍ତଙ୍କ ସ୍ୱପ୍ନ ଥାଏ। କିନ୍ତୁ ଆଣ୍ଟୋନିଓ ଏବେ ଏହି ସୁଯୋଗ ହରାଇଛନ୍ତି । ନେଦରଲାଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ମୁକାବିଲରେ ହୋଇଥିବା ବିବାଦ ପରେ ଏହି ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି । ଏହି କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଣ୍ଟୋନିଓ ଉଭୟ ଟିମକୁ ୧୫ କାର୍ଡ ଦେଖାଇଥିଲେ । ଏଥିରେ ଗୋଟିଏ ରେଡ୍ କାର୍ଡ ମଧ୍ୟ ସାମିଲ ଥିଲା । ଆର୍ଜେଣ୍ଟିନାର କ୍ୟାପ୍ଟେନ ଲିୟୋନେଲ ମେସିଙ୍କୁ ମଧ୍ୟ ୟେଲୋ କାର୍ଡ ଦେଖାଇଥିଲେ ।

ଏହି ମ୍ୟାଚରେ ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହା ପରେ ବି ୧୫ କାର୍ଡ ବାଣ୍ଟିବାକୁ ନେଇ ସ୍ପେନର ରେଫରୀଙ୍କୁ ଖୁବ ସମାଲୋଚନା କରାଯାଇଥିଲା । ଲିୟୋନେଲ ମେସିଙ୍କ ସହ ମଧ୍ୟ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏବେ ଆଣ୍ଟୋନିଓଙ୍କୁ ସ୍ୱଦେଶ ପଠାଇ ଦିଆଯାଇଛି ।

୩୫ ବର୍ଷୀୟ ମହାନ ଖେଳାଳି କହିଥିଲେ ଯେ ଫିଫାକୁ ଏହିପରି ନିଷ୍ପତ୍ତି ନେବା ଉପରେ ବିଚାର କରିବାକୁ ପଡିବ, କାରଣ ତାଙ୍କ ମତରେ ସ୍ପେନର ରେଫରୀ ଏଥିପାଇଁ ଉପଯୁକ୍ତ ନୁହନ୍ତି । ମୁଁ ରେଫରୀଙ୍କ ବିଷୟରେ କହିବାକୁ ଚାହୁଁନି, କାରଣ ସେ ସଚ୍ଚୋଟ ନଥିଲେ । କିନ୍ତୁ ଆମେ ଖେଳ ପୂର୍ବରୁ ଭୟଭୀତ ଥିଲୁ, କାରଣ କଣ ହେବାକୁ ଯାଉଛି ତାହା ଆମେ ଜାଣିଥିଲୁ ।

ଉଲ୍ଲେଖଯୋଗ୍ୟ ଯେ ଆର୍ଜେଣ୍ଟିନା ଏବଂ ନେଦରଲାଣ୍ଡ ମଧ୍ୟରେ ହୋଇଥିବା ମୁକାବିଲାରେ ମେସିଙ୍କ ଟିମ୍ ପେନେଲ୍ଟି ସୁଟ୍ ଆଉଟରେ ବିଜୟୀ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦେଶ ୨-୨ ଗୋଲରେ ବରାବର ଥିଲେ । ଏହାପରେ ପେନେଲ୍ଟି ସୁଟ୍ ଆଉଟରେ ଆର୍ଜେଣ୍ଟିନା ୪ ଗୋଲ କରିଥିଲା । ଅନ୍ୟପଟେ ଡଚ୍ ଖେଳାଳି ୩ଟି ଗୋଲ କରିବାରେ ସଫଳ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.